ଭୁବନେଶ୍ୱର: ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ। ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। ଗତକାଲି ଭିଡିଓ କରି ଉଦିତ୍ଙ୍କ ଦୋଷ ନଥିବା କହିଥିଲେ ଆୟୁଷ୍ମାନ। ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କଲା ପୋଲିସ। ଆୟୁଷ୍ମାନଙ୍କ ବିରୋଧରେ ପୀଡ଼ିତା ବୟାନ ଦେଇଥିବା ପୋଲିସ ସୂଚନା ଦେଇଛି।
ସୂଚନା ଥାଉକି ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହୋଇଛନ୍ତି। ଗତକାଲି ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି ଉଦିତ ପ୍ରଧାନ। ଅନ୍ୟପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସସ୍ମିତା ବେହେରାଙ୍କ ନେତୃତ୍ବରେ ୬ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣାର ଅନୁଧ୍ୟାନ କରି OPCCକୁ ରିପୋର୍ଟ ଦେବ।
ସୂଚନା ଅନୁଯାୟୀ ମାର୍ଚ୍ଚ ୧୮ ତାରିଖ ଦିନ ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।
Comments are closed.