ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବୁଧବାର ଦିନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ।
ଭିଜିଲାନ୍ସ ଦ୍ୱାରା ଏକ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇ ୬ ଜଣ ଡିଏସ୍ପି ଓ ୧୦ ଜଣ ଇନ୍ସପେକ୍ଟରଙ୍କ ସହ ଆହୁରି ଅନେକ ସହାୟକ କର୍ମଚାରୀଙ୍କ ଦ୍ୱାରା ଏକକାଳୀନ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ବଡ଼ଗଡ଼, ଭୁବନେଶ୍ୱରର ଥିବା ତିନି ମହଲା କୋଠା ସହ ତାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତ ତହସିଲର ରଣପୁର ମୌଜ ଠାରେ ଥିବା ଫାର୍ମହାଉସ୍ ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ଏଥି ସହିତ ରାୟଗଡାର ଗୁନୁପୁର ଜଙ୍ଗମ୍ ଛକରେ ଥିବା ତାଙ୍କ ପୈତୃକ ଘର ଓ ଭୁବନେଶ୍ୱରର ବିଏମସିରେ ତାଙ୍କ ଅଫିସରେ ମଧ୍ୟ ଚଢ଼ଉ କରାଯାଇଥିଲା।
ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ରହିଛି:-
ଭୁବନେଶ୍ୱରର ବଡ଼ଗଡ଼ଠାରେ ୪୫୬୦ ବର୍ଗଫୁଟ କ୍ଷେତ୍ରରେ ଥିବା ଏକ ତିନି ମହଲା କୋଠା ସହ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲ ଅନ୍ତର୍ଗତ ରଣପୁର ମୌଜାରେ ୧.୫୭ ଏକର ଜମିରେ ଥିବା ଏକ ଫାର୍ମହାଉସ୍ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ୮୩୩ ବର୍ଗଫୁଟର ଏକ ଦି ମହଲା କୋଠା ଅନ୍ତର୍ଭୁକ୍ତ ଥିବା ସହ ୫୭୦ ବର୍ଗଫୁଟରେ ଅନ୍ୟ ଏକ ଘର ମଧ୍ୟ ରହିଛି। ସେଥିରେ ଏକ ମାଛ ଫାର୍ମ ଏବଂ ଅନେକ ଫଳ ଗଛ ମଧ୍ୟ ରହିଛି।ଯେଉଁଥିରେ ଲାଲ ଚନ୍ଦନ ଗଛ ମଧ୍ୟ ଅଛି। ଏଥିସହିତ ଏକ କୁକୁଡ଼ା ଫାର୍ମ ମଧ୍ୟ ଅନ୍ତର୍ଭୁକ୍ତ ଅଛି।
୩ ଟି ଦାମୀ ପ୍ଲଟ ରହିଛି। ଯେଉଁଥିରେ ବଡ଼ଗଡ଼ରେ ଦୁଇଟି ଏବଂ ଭୁବନେଶ୍ୱରର ଖଣ୍ଡଗିରିରେ ଗୋଟିଏ ପ୍ଲଟ ସାମିଲ ଅଛି।
୨୦୦ ଗ୍ରାମ ଓଜନର ସୁନା ଜବତ କରାଯିବା ସହ ଗୋଟିଏ ମାରୁତି ଗ୍ରାଣ୍ଡ ଭିଟାରା ଗାଡ଼ି ଓ ଏକ ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି। କେବଳ ସେତିକି ନୁହେଁ ଆହୁରି ମଧ୍ୟ ଏକ ଯୋଡ଼ା ଆଣ୍ଟଲର୍ ହର୍ଣ୍ଣ ସହ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ବର୍ତ୍ତମାନ୍ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଜବତ କରାଯାଇଥିବା ସମ୍ପତ୍ତି ଗୁଡ଼ିକର ମୂଲ୍ୟାଙ୍କନ କରୁଛି। ଏଥିସହିତ ବ୍ୟାଙ୍କ ଜମା, ଅନ୍ୟାନ୍ୟ ଆର୍ଥିକ ନିବେଶ ରାଶିର ମଧ୍ୟ ଯାଞ୍ଚ କରାଯାଉଛି।
Comments are closed.