ମାଂଚେଷ୍ଟର: ଭାରତୀୟ କ୍ରିକେଟ ଟିମ କ୍ରମାଗତ ଟସ ହାରିବାରେ ନୂଆ ରେକର୍ଡ ସ୍ଥାପନ କରିଛି । ଚଳିତ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ଏ ପର୍ଯ୍ୟନ୍ତ ସମସ୍ତ ଟସ ହାରିଛି । ଶୁଭମନ ଗିଲ ଏହି ଧାରାରେ ଏ ପର୍ଯ୍ୟନ୍ତ ବ୍ରେକ ଲଗାଇ ପାରି ନାହାନ୍ତି । ଭାରତ ଶେଷଥର ଜାନୁୟାରୀରେ ରାଜକୋଟ ଟି୨୦ରେ ଟସ ଜିତିଥିଲା । ଏହା ପରେ କ୍ରମାଗତ ୧୪ଟି ମ୍ୟାଚରେ ଟସ ହାରି ସାରିଛି । ଏଥିରେ ୨ଟି ଟି୨୦, ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ, ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଓ ଏବେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ୪ଟି ଟେଷ୍ଟ ସାମିଲ ।
ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଏବେ ଗିଲ ଏହି ସମସ୍ତ ଟସ ହାରିଛନ୍ତି । ଲର୍ଡସ ଟେଷ୍ଟ ଅବସରରେ ୱେଷ୍ଟଇଣ୍ଡିଜର ରେଡର୍କ ଭାଙ୍ଗିଥିଲା । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ୧୨ଟି ମ୍ୟାଚରେ ଟସ ହାରିଥିଲା । ଇଂଲଣ୍ଡ ଅଧିନାୟକ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତ ସବିଶେଷ ଖବର ହସ୍ତଗତ ବେଳକୁ ୩ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଛି ।
Comments are closed.