ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଆୟୋଜନ ସଙ୍କଟରୁ ବାଦଲ ହଟିଛି । ବିବାଦୀୟ ପରିସ୍ଥିତି ପରେ ଏବେ ଏହା ୟୁଏଇରେ ହେବ ବୋଲି ସ୍ଥିର ହୋଇଛି । ସେପ୍ଟମ୍ବର ୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଏହା ୟୁଏଇରେ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ବିସିସିଆଇର ଏହାର ଆୟୋଜକ ରହିବ ଏବଂ ଏହା ଟି୨୦ ଫର୍ମାଟରେ ଖେଳାଯିବ । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବେ ଏବଂ ଯେତେଦୂର ସମ୍ଭବ ସେପ୍ଟମ୍ବର ୧୪ରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ସାମ୍ନା ସାମ୍ନି ହୋଇ ପାରନ୍ତି । ୨୦ ଦିନ ଧରି ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ ।
ରିପୋର୍ଟ ମୁତାବକ ଗ୍ରୁପ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ରହିବେ । ସେହିପରି ଗ୍ରୁପ ବି ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ରହିବେ । ଗ୍ରୁପ ପର୍ଯାୟର ଶ୍ରେଷ୍ଠ ୨ଟି ଟିମକୁ ନେଇ ସୁପର ଫୋର ଖେଳାଯିବ । ଏହା ପରେ ପ୍ରଥମ ୨ଟି ସ୍ଥାନ ହାସଲ କରିଥିବା ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ସେପ୍ଟମ୍ବର ୭ ସୁଦ୍ଧା ସମସ୍ତ ଟିମ ପଂହଚିବା ପାଇଁ ଚୂଡାନ୍ତ ତାରିଖ ପ୍ରଦାନ କରାଯାଇଛି । ୱାର୍ମ ଅପ ମ୍ୟାଚ ଆୟୋଜିତ ହେବ କି ନାହିଁ ସେ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀର ଘୋଷଣା କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି ।
Comments are closed.