Latest Odisha News

BREAKING NEWS

ସୋବର୍ସ, କାଲିସଙ୍କ ପରେ ତୃତୀୟ ଅଲରାଉଣ୍ଡର ଭାବେ ଏହି କ୍ଲବରେ ସାମିଲ ହେଲେ ଷ୍ଟୋକ୍ସ

ମାଂଚେଷ୍ଟର: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କ ଆକର୍ଷଣୀୟ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ଷ୍ଟୋକ୍ସ ଏହି ମ୍ୟାଚ ଅବସରରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟର ତୃତୀୟ ଅଲରାଉଣ୍ଡର ଭାବେ ୭୦୦୦ ଓ ୨୦୦ ୱିକେଟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କେବଳ ୱେଷ୍ଟଇଣ୍ଡିଜର ମହାନ ଅଲରାଉଣ୍ଡର ଗ୍ୟାରୀ ସୋବର୍ସ ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ ଏହି ସଫଳତା ହାସଲ କରିଛନ୍ତି । ପାଖାପାଖି ୨ ବର୍ଷ ପରେ ଷ୍ଟୋକ୍ସ ଶତକ ହାସଲ କରି ପ୍ରଶଂସକଙ୍କ ମନ ଜିଣିଛନ୍ତି ।

ସେ ୧୧୫ ଟେଷ୍ଟରେ ୩୫.୭ ଆଭରେଜରେ ୭୦୩୨ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୪ ଶତକ ଓ ୩୫ ଅର୍ଦ୍ଧଶତକ ସାcମିଲ । ଗତ ବର୍ଷ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୨୦୦ ୱିକେଟ ପୂରଣ କରିଥିଲେ । ଚଳିତ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ୪ର୍ଥ ଟେଷ୍ଟରେ ମ୍ୟାଚକୁ ବଂଚାଇବା ପାଇଁ ଭାରତ ସଂଘର୍ଷ ଜାରୀ ରଖିଛି ।

Comments are closed.