ବରଗଡ଼: ବରଗଡ ସହରରେ ନିଶା ବେପାରୀଙ୍କ ଉତ୍ପାତ ବଢୁଥିବା ଦେଖି ଏମାନଙ୍କ ମେରୁଦଣ୍ଡରେ ପ୍ରହାର କରିବା ପାଇଁ ଅଣ୍ଟା ଭିଡିଛି ବରଗଡ଼ ପୋଲିସ l ପୁଣି ବିପୁଳ ପରିମାଣର କଫ ସିରଫ ଜବତ କରିଛି ବରଗଡ଼ ଟାଉନ ପୋଲିସ ।
ବରଗଡ଼ରେ ନିଶା କାରବାର ରୋକିବା ଦିଗରେ ବରଗଡ଼ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଥିବା ବେଳେ ଆଜି ବରଗଡ ସହରର ବିଶିପଡ଼ା ଛକ ଅଞ୍ଚଳରୁ ବ୍ୟାପକ କଫ୍ ସିରଫ ଓ ନାଇଟ୍ରୋସେନ୍ ଟାବ୍ଲେଡ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏନେଇ ଆଜି ଭୋର ସକାଳୁ ଟାଉନ ପୋଲିସ ଖବର ପାଇ ବରଗଡ଼ ସହରର ବିଶିପଡ଼ା ଛକ ଅଞ୍ଚଳରେ ପହଞ୍ଚି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯୭୦ ବୋତଲ କଫ ସିରଫ, ସହ ୧ ହଜାର ନାଇଟ୍ରୋସେନ ଟେବ୍ଲେଟ, ଗୋଟିଏ ବୁଲେଟ ଗାଡ଼ି, ଗୋଟିଏ ସ୍କୁଟି ଓ ଦୁଇଟି ମୋବାଇଲ ଜବତ କରିଛି ବରଗଡ଼ ଟାଉନ ପୋଲିସ । ତେବେ ଜବତ ହୋଇଥିବା ନିଶା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ ଲକ୍ଷରୁ ୩ ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁଲେଖା ପଶ୍ଚିମା କବାଟ ସୂଚନା ଦେଇଛନ୍ତି ।
Comments are closed.