ନୂଆଦିଲ୍ଲୀ: ଏନସିଇଆରଟି ଖୁବ୍ ଶୀଘ୍ର ସ୍କୁଲ ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି।
ସୂଚନା ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ପାଇଁ ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଯାହା ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ମେ ୭, ୨୦୨୫ରେ ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା।
ରିପୋର୍ଟ ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ଅର୍ଥାତ୍ ୯ମରୁ ଦ୍ଵାଦଶ ଶ୍ରେଣୀର ପାଠ୍ୟକ୍ରମରେ ଅପରେସନ ସିନ୍ଦୂର ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ କରିବ। ଯାହାର ଲକ୍ଷ୍ୟ ରହିଛି ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସେନାର ସାହସ, ସେମାନଙ୍କର ବୀରତ୍ୱ ଗାଥା ଏବଂ ଦେଶପ୍ରେମ ସହିତ ପରିଚିତ କରାଇବା।
Comments are closed.