ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଅବୈଧ ରୋଜଗାର ଖବରରେ ଆପଣ ପ୍ରାୟତଃ କଳାଧନର ନାମ ଶୁଣିଥିବେ। ବିମୁଦ୍ରୀକରଣ ସମୟରେ ଏହା ବିଷୟରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆପଣ କ’ଣ ରେଡ ମନି ଏବଂ ପିଙ୍କ୍ ମନି ବିଷୟରେ ଶୁଣିଛନ୍ତି? ଯଦି ଆପଣ ଏହା ଶୁଣି ନାହାଁନ୍ତି, ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ।
କଳାଧନ କ’ଣ?
ପ୍ରଥମେ କଳାଧନ ବିଷୟରେ ଆଲୋଚନା କରିବା। କଳାଧନ, ଯାହାକୁ ଇଂରାଜୀରେ ବ୍ଲାକ୍ ମନି ମଧ୍ୟ କୁହାଯାଏ। ତାହା ହେଉଛି ବେଆଇନ ଉପାୟରେ ରୋଜଗାର କରାଯାଇଥିବା ଏବଂ ସରକାରଙ୍କ ଆଖିରୁ ଲୁଚି ରହିଥିବା ଟଙ୍କା। ଏହି ଟଙ୍କା ଟିକସ ଫାଙ୍କି, ଦୁର୍ନୀତି, ଠକେଇ, ଲାଞ୍ଚ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରୁ ଉପାର୍ଜନ ହୁଏ। କଳାଧନ ପ୍ରାୟତଃ ନଗଦରେ କାରବାର ହୁଏ, ତେଣୁ ଏହାକୁ ଟ୍ରାକ୍ କରିବା କଷ୍ଟକର ହୋଇପଡ଼େ। ଭାରତରେ କଳାଧନ ରୋକିବା ପାଇଁ ସରକାର ବିମୁଦ୍ରୀକରଣ, ଜିଏସଟି ଏବଂ ମନି ଲଣ୍ଡରିଂ ବିରୋଧୀ ଆଇନ ଭଳି ଅନେକ ପଦକ୍ଷେପ ନେଇଛନ୍ତି। ଏବେ ଆସନ୍ତୁ ରେଡ ମନି ବିଷୟରେ ଜାଣିବା…
ରେଜ୍ ମନି (ଲାଲ୍ ଟଙ୍କା) କ’ଣ?
ବ୍ଲାକ୍ ମନି ପରି ରେଡ ମନିକୁ ମଧ୍ୟ ବେଆଇନ ଟଙ୍କା ଭାବରେ ବିବେଚନା କରାଯାଏ, କିନ୍ତୁ ଏହା ବିଶେଷ ଭାବରେ ଅପରାଧିକ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜିତ ଟଙ୍କା ସହିତ ଜଡିତ। ଲାଲ ରଙ୍ଗ ବିପଦକୁ ସୂଚିତ କରୁଥିବା ପରି ଏହା ସମାଜ ଏବଂ ଅର୍ଥନୀତି ପାଇଁ ବିପଦର ପ୍ରତୀକ ହୋଇଥିବାରୁ ଏହାକୁ ଏପରି ନାମ ଦିଆଯାଇଛି। ଏହି ଟଙ୍କା କେବଳ ଅର୍ଥନୀତିକୁ ଦୁର୍ବଳ କରେ ନାହିଁ ବରଂ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ଏବେ ଆସନ୍ତୁ ଜାଣିବା ପିଙ୍କ୍ ମନି (ଗୋଲାପୀ ଟଙ୍କା) ବିଷୟରେ ଜାଣିବା…
ପିଙ୍କ୍ ମନି କ’ଣ?
ପିଙ୍କ୍ ମନି ହେଉଛି ଏକ ବେଆଇନ ଡ୍ରଗ୍ସ, ଅବୈଧ ଜୁଆ ଇତ୍ୟାଦି ମାଧ୍ୟମରେ ରୋଜଗାର କରାଯାଉଥିବା ଟଙ୍କା। ଏହା ମଧ୍ୟ ଅପରାଧରୁ ଅର୍ଜିତ ଟଙ୍କା।
Comments are closed.