ଲକ୍ଷ୍ନୌ: ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିର ପରେ ଏବେ ଉତ୍ତପ୍ରଦେଶର ବାରବାଙ୍କିର ଔସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁହାଯାଉଛି ଯେ ମନ୍ଦିର ପରିସରରେ ଥିବା ଏକ ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ ଡେଇଁପଡ଼ିଥିଲା ଏବଂ ତାରଟି ଟିଣ ସେଡ୍ ଉପରେ ପଡ଼ିଥିଲା । ଏହା ଫଳରେ ବିଦ୍ୟୁତ୍ କରେଣ୍ଟ ବ୍ୟାପି ଯାଇଥିଲା । ଏହି ଘଟଣା ରବିବାର ମଧ୍ୟରାତ୍ରୀ ୨ଟା ସମୟରେ ଘଟିଥିଲା ।
ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀ କହିଛନ୍ତି ଯେ, ଶ୍ରାବଣ ମାସର ତୃତୀୟ ସୋମବାର ହେତୁ, ହୈଦରଗଡ଼ର ଔସାନେଶ୍ୱର ମହାଦେବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା । ରବିବାର ରାତିରୁ ସମସ୍ତ ଭକ୍ତ ପାଣି ଅର୍ପଣ କରିବା ପାଇଁ ଧାଡ଼ିରେ ଠିଆ ହେବା ଆରମ୍ଭ କରିଥିଲେ । ମନ୍ଦିର ପରିସରରେ ଏକ ବଟ ବୃକ୍ଷ ଥିବା ବେଳେ ଉକ୍ତ ଗଛରୁ ଡେଇଁପଡ଼ି ଏକ ମାଙ୍କଡ଼ ବିଦ୍ୟୁତ୍ ତାରରେ ଝୁଲି ପଡ଼ିଲା । ତା’ପରେ ତାରଟି ଭାଙ୍ଗି ଟିଣ ସେଡ୍ ଉପରେ ପଡ଼ିଗଲା । ବିଦ୍ୟୁତ୍ ତାରରୁ ଟିଣ ଏବଂ ପାଇପ୍କୁ କରେଣ୍ଟ ପ୍ରବାହିତ ହେବାକୁ ଲାଗିଲା ।
ଅନେକ ଭକ୍ତ ଏବଂ ସୁରକ୍ଷା କର୍ମୀ କରେଣ୍ଟର କବଳରେ ପଡ଼ିଗଲେ । ଏହା ଦ୍ୱାରା ଦଳାଚକଟା ହୋଇଥିଲା । ଏଥିରେ ନକଟା ସେହାରିଆ ଥାନା କୋଠି ନିବାସୀ ରାମସଜୀବନଙ୍କ ପୁଅ ରମେଶ ଏବଂ ମୁବାରକପୁର ଥାନା ଲୋନି କଟରା ନିବାସୀ ରାମକ୍ରିପାଲଙ୍କ ପୁଅ ପ୍ରଶାନ୍ତ କୁମାର କରେଣ୍ଟ ଆଘାତରେ ମୃତ୍ୟୁବରଣ କରିଥିଲେ ।
ଅନ୍ୟପଟେ, ରବିବାର ସକାଳେ ଉତ୍ତରାଖଣ୍ଡର ହରିଦ୍ୱାରର ମନସା ଦେବୀ ମନ୍ଦିରରେ ବିଦ୍ୟୁତ ଆଘାତ ଗୁଜବ ପରେ ଦଳାଚକଟା ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇସାରିଛି, ଯେତେବେଳେ ୩୫ ଜଣ ଆହତ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ୟୁପିର ୪ ଜଣ ମଧ୍ୟ ଅଛନ୍ତି । ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
हरिद्वार स्थित श्री मनसा देवी मंदिर मार्ग पर हुई एक दुर्भाग्यपूर्ण दुर्घटना में श्रद्धालुओं के निधन का समाचार अत्यंत पीड़ादायक और मन को व्यथित करने वाला है।
मेरी संवेदनाएं शोक संतप्त परिजनों के साथ हैं।
अधिकारियों को उत्तराखंड सरकार से समन्वय स्थापित कर दुर्घटना में काल-कवलित…
— Yogi Adityanath (@myogiadityanath) July 27, 2025
ମନ୍ଦିରରେ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ବ୍ୟତୀତ ୟୁପିର ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବରେଲି, ରାମପୁର, ବାରବଙ୍କି ଏବଂ ବଦାୟୁଁର ଭକ୍ତ ଅଛନ୍ତି ।
Comments are closed.