ଯାଜପୁର: ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ ଜଜ।
୧୮ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସ ରାୟ ପ୍ରକାଶ। ପିଡିତାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି ୨୦୨୪ ମସିହାରେ ମାଆ ଘରେ ନଥିବାର ସୁଯୋଗ ନେଇ ବାପା ନିଜ ଝିଅକୁ କରିଥିଲା ଦୁଷ୍କର୍ମ। ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଦୋଷୀକୁ ତରୁନ୍ତ ଦଣ୍ଡ ଦିଆଯାଉ ବୋଲି ଦାବି ହୋଇଥିଲା।
Comments are closed.