Latest Odisha News

ଓଡିଶାରେ ୬୦ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ଆଧାରକାର୍ଡ

ଭୁବନେଶ୍ବର: ଓଡ଼ିଶାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ୬୦ ପ୍ରତିଶତ ଏବଂ ୫-୧୮ ବର୍ଷ ବୟସ ପିଲାଙ୍କ ୯ ପ୍ରତିଶତ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ । ବର୍ତ୍ତମାନ ସମସ୍ତ କାମ ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ପରିଚୟ ପତ୍ର ଆଧାର ନମ୍ବର ନିହାତି ଆବଶ୍ୟକ ହୋଇପଡିଛି । ହେଲେ ଏବେ ଆଧାର ପଞ୍ଜିକରଣରେ ଅନିୟମିତତା ନେଇ ଏହି ଖବର ସାମ୍ନାକୁ ଆସିଛି ।

ହାଇଦ୍ରାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର UIDAIର ଉପ-ମହାନିର୍ଦ୍ଦେଶକଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୦-୫ ବର୍ଷ ବୟସର ୩୨,୪୮,୬୩୨ ଜନସଂଖ୍ୟାର ୧୨,୭୩,୨୧୧ ପିଲା ଏବଂ ୫-୧୮ ବର୍ଷ ବୟସର ୧,୦୧,୮୪,୦୨୧ ଲୋକଙ୍କ ମଧ୍ୟରୁ ୯୨,୬୨,୨୦୭ ପିଲାଙ୍କ ପାଇଁ ଆଧାର ସୃଷ୍ଟି କରାଯାଇଛି ।

ତେବେ ଓଡିଶାରେ ଆକଳନ କରାଯାଇଥିବା ୪.୬୮ କୋଟି ଜନସଂଖ୍ୟା ମଧ୍ୟରୁ ମେ ୩୧ ସୁଦ୍ଧା ୪.୭୮ କୋଟି ଲୋକଙ୍କ ପାଇଁ ଆଧାର ଜେନେରେସନ୍ ଶେଷ ହୋଇଛି । ପଞ୍ଜୀକରଣ ୧୮ ବର୍ଷରୁ ଅଧିକ ବୟସ ସୀମା ଅତିକ୍ରମ କରିଛି କାରଣ ୩.୩୪ କୋଟି ଲୋକଙ୍କ ବଦଳରେ ୩.୭୨ କୋଟି ଲୋକଙ୍କ ପାଇଁ ଆଧାର ଜେନେରେଟ୍ କରାଯାଇଛି । ୦-୫ ବର୍ଷ ବୟସ ପିଲାଙ୍କ ପାଇଁ ଜିଲ୍ଲାୱାରୀ ଆଧାର ସାଚୁରେସନ୍ ମାନଚିତ୍ର ଅନୁଯାୟୀ, ୨୨ଟି ଜିଲ୍ଲାରେ ଏହି ବୟସ ପିଲାଙ୍କ ପାଇଁ ପଞ୍ଜୀକରଣ ୫୦ ପ୍ରତିଶତରୁ କମ୍ ଅଛି । ୦-୫ ବର୍ଷ ବୟସ ବର୍ଗରେ ଆଧାର ସାଚୁରେସନ୍ କମ୍ ଥିବାରୁ, ଯାହା ବର୍ତ୍ତମାନ ମାତ୍ର ୩୯.୨ ପ୍ରତିଶତ ରହିଛି ।

ଏସମ୍ପର୍କରେ ମୁଖ୍ୟ ସଚିବ ଅଧିକାରୀମାନଙ୍କୁ ଜନ୍ମ ସମୟରେ ଆଧାର ପଞ୍ଜୀକରଣ ସୁନିଶ୍ଚିତ କରି କଭରେଜ୍ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶା ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାର ପ୍ରକ୍ରିୟା ପ୍ରବାହକୁ RBD ଆଇନ ଅନୁଯାୟୀ ସଂଶୋଧନ କରାଯିବ ଯାହା ଦ୍ୱାରା ମା’ଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବା ପୂର୍ବରୁ ଜନ୍ମ ପ୍ରମାଣପତ୍ର ପ୍ରଦାନ ନିଶ୍ଚିତ କରାଯିବ ଏବଂ ଜନ୍ମ ପ୍ରମାଣପତ୍ର ସହିତ ତୁରନ୍ତ ଆଧାର ପଞ୍ଜୀକରଣ କରାଯାଇପାରିବ।” ସେହିପରି, 18 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ଦୁଇଟି ପର୍ଯ୍ୟାୟରେ କରାଯିବ ।

Comments are closed.