Latest Odisha News

BREAKING NEWS

ରାସ୍ତା କଡରେ ବୃହତକାୟ ପକ୍ଷୀ ଦେଖି ଲୋକେ ଚକିତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃହତକାୟ ପକ୍ଷୀର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପକ୍ଷୀକୁ ଲୋକେ ଜଟାୟୁ ଭାବି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ପକ୍ଷୀଟି ଶାନ୍ତ ମୁଦ୍ରାରେ ରାସ୍ତା କଡରେ ଥିବା ପଥର ଉପରେ ବସି ରହିଥିଲା । ଏହାକୁ ଦେଖିବା ପରେ ପ୍ରଥମେ ଲୋକମାନେ ଡରି କରି ପାଖକୁ ଯାଇ ନ ଥିଲେ । ମାତ୍ର ପରେ ପାଖକୁ ଯିବା ସହ ଅନେକ ଏହାର ଭିଡିଓ ମଧ୍ୟ କରିଥିଲେ । ସୋସିଆଲ ମିଡିଆରେ ଏହାକୁ ଜଟାୟୁ ପକ୍ଷୀ ମଧ୍ୟ କହି କେତେକ ଶେୟାର କରିଥିଲେ । ପ୍ରକୃତରେ ଏହା ଦୁର୍ଲଭ ପ୍ରଜାତିର ଆଣ୍ଡିଅନ କୋଣ୍ଡର ପକ୍ଷୀ ।

ଦକ୍ଷିଣ ଆମେରିକାର ଏଣ୍ଡିଜ ପର୍ବତାଂଚଳରେ ଏହି ପକ୍ଷୀ ଦେଖିବାକୁ ମିଳିଥାଏ । ଏମାନେ ପ୍ରାୟତଃ ମଣିଷଙ୍କଠାରୁ ଦୂରତା ଅବଲମ୍ବନ କରିଥାନ୍ତି । ମାତ୍ର ଏହି ଭିଡିଓରେ ପକ୍ଷୀଟି ଶାନ୍ତ ହୋଇ ବସିରହିବା ଅନେକଙ୍କୁ ଚିନ୍ତାରେ ପକାଇଛି । ଜଣେ ୟୁଜର୍ସ ଲେଖିଛନ୍ତି ରାମାୟଣ ସମୟ ଫେରି ଆସିଛି । ସେହିପରି ଆଉ ଜଣେ ଲେଖିଛନ୍ତି ଏହି ପକ୍ଷୀ ଭାରତରେ ପ୍ରାୟତଃ ଦେଖିବାକୁ ମିଳନ୍ତି ନାହିଁ । ସୂଚନାଯୋଗ୍ୟ, ରାମାୟଣରେ ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ରାବଣ ସହ ଜଟାୟୁ ଲଢ଼େଇ କରିଥିଲା ।

Comments are closed.