ନୂଆଦିଲ୍ଲୀ: ଆଇସିସି ମହିଳା ଦିନିକିଆ ବିଶ୍ୱକପ ଟ୍ରଫି ଉନ୍ମୋଚିତ ହେବା ସହ ପ୍ରତିଯୋଗିତାର କାଂଉଟଡାଉନ ଆରମ୍ଭ ହୋଇଛି । ଭାରତ ପ୍ରଥମ ଥର ପାଇଁ ଆଇସିସି ଟ୍ରଫି ହାତେଇବା ଲକ୍ଷ୍ୟରେ ଏଥର ରହିଛି । ସେପ୍ଟେମ୍ବର ୩୦ରୁ ଏହି ମେଗା ଇଭେଂଟ ଆରମ୍ଭ ହେବ । ଟ୍ରଫି ଉନ୍ମୋଚନ ଅବସରରେ ଭାରତୀୟ କ୍ରିକେଟର ଯୁବରାଜ ସିଂ, ଆଇସିସି ଚେୟାରମ୍ୟାନ ଜୟ ଶାହ ଓ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଉପସ୍ଥିତ ଥିଲେ । ଭାରତୀୟ ମହିଳା ଟିମ ଆଜି ପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତିପାରି ନାହାନ୍ତି । ୨୦୧୭ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଇଂଲଣ୍ଡଠାରୁ ହାରି ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ।
୨୦୨୫ ଦିନିକିଆ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ସେପ୍ଟେମ୍ବର ୩୦ରେ ଉଦଘାଟନୀ ମୁକାବିଲା ଏବଂ ନଭେମ୍ବର ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ସେପ୍ଟମ୍ବର ୩୦ରେ ବେଙ୍ଗାଲୁରରେ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ଅକ୍ଟୋବର ୫ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ କଲମ୍ବେରେ ଭେଟିବ । ୨୬ରେ ବେଙ୍ଗାଲୁରରେ ଟିମ ଇଣ୍ଡିଆ ବାଂଲାଦେଶକୁ ଭେଟିବ ।
Comments are closed.