Latest Odisha News

BREAKING NEWS

ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ଚକିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ଏକ ପ୍ରକାର ଶୀତଳ ମରୁଭୂମି କହିଲେ ଭୁଲ ହେବନି । ଏଠାକାର ବାସିନ୍ଦାଙ୍କ ପାଇଁ ଗରମ ପରିବେଶର ଆବଶ୍ୟକତା ରହିଛି । ଏବେ ବୈଜ୍ଞାନିକମାନେ ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହା କୌଣସି ସାଧାରଣ ବ୍ୟାଟେରୀ ନୁହେଁ । ୧୩ ମିଟର ଉଚ୍ଚତା ବିଶିଷ୍ଟ ଟାୱାରରେ ୨୦୦୦ ଟନ ବାଲି ଭର୍ତି କରାଯାଇଛି । ସୋପଷ୍ଟୋନର ବ୍ୟବହାର ମଧ୍ୟ ଏଥିରେ କରାଯାଇଛି । ଟାୱାର ଏ ଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଏହାର ଗରମ ଯେପରି ବାହାରକୁ ନ ଯିବ । ଏହା ପାରମ୍ପାରିକ ଲିଥିୟମ ବ୍ୟାଟେରୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ବାଲିକୁ ଶକ୍ତି ଷ୍ଟୋର କରିବା ପାଇଁ ବ୍ୟବହାର କରାଯାଇଛି ।

ପବନ ଏବଂ ସୂର୍ଯ୍ୟକିରଣରୁ ଅଧିକ ବିଜୁଳି ଉତ୍ପନ୍ନ ହେଲେ ତାହାକୁ ବାଲି ମଧ୍ୟକୁ ଛଡା ଯାଇଥାଏ । ବାଲିକୁ ୬୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ କରାଯାଇଥାଏ । ବାଲିରେ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଗରମ ହୋଇ ରହିଥାଏ । ପରେ ଆବଶ୍ୟକ ପଡିଲେ ଏହାର ଉର୍ଜାକୁ ଘରେ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ । ଏହା ପରିବେଶର କୌଣସି କ୍ଷତି କରି ନ ଥାଏ । ଫିନଲାଣ୍ଡ ବୈଜ୍ଞାନିକଙ୍କ ଏହି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି । ପୂର୍ବରୁ ଶୀତଦିନେ ଉତାପ ପାଇଁ କୋଇଲା ଓ ତେଲର ବ୍ୟବହାର କରାଯାଉଥିଲା । ଏହା ଦ୍ୱାରା କାର୍ବନ ଡାଇଅକ୍ସାଇଡ ମାତ୍ରା ବୃଦ୍ଧି ପାଇଥାଏ । ବାଲିର cଏହି ବ୍ୟାଟେରୀ ୨୦୩୫ ସୁଦ୍ଧା ବହୂଳ ମାତ୍ରାରେ ବ୍ୟବହାର ହେବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ପରିବେଶ ମଧ୍ୟ ସୁରକ୍ଷିତ ରହିବ ।

Comments are closed.