Latest Odisha News

BREAKING NEWS

ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ।

ସେହିପରି ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ। ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର। ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି। ଯେଉଁମାନେ ଖୁବଶୀଘ୍ର ଓଡ଼ିଶା ଆସିବା ସହ ତୃଣମୂଳସ୍ତରରେ ବୁଲି ସଙ୍ଗଠନ ବାବଦରେ ଆଲୋଚନା କରିବେ।

ଓଡ଼ିଶାରେ ବିଜେଡି ଶାସନରୁ କ୍ଷମତାଚ୍ୟୁତ ହେବା ପରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଚାହୁଁଛି କଂଗ୍ରେସ। ଏହି ଫର୍ମୁଲାରେ ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣାରେ ଜିଲ୍ଲା ସଭାପତି ବାଛିଛି କଂଗ୍ରେସ। ଏବେ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶାରେ ସମାନ ଫର୍ମୁଲା ଆପଣାଇବ ଦଳ ।

Comments are closed.