ନୂଆଦିଲ୍ଲୀ: ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ସେଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ, ଇସ୍ରୋ ବୈଜ୍ଞାନିକ, ଛାତ୍ରଙ୍କ ଏକ ଗୋଷ୍ଠୀ ଏବଂ ବହୁ ସଂଖ୍ୟକ ଲୋକ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଶୁଭାଂଶୁଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ପୁଅ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ISRO ଅଧ୍ୟକ୍ଷ ଭି ନାରାୟଣନ ମଧ୍ୟ ଉପସ୍ଥିତ ଥିଲେ।
ପୂର୍ବରୁ ଶୁଭାଂଶୁ ସୋସିଆଲ ମିଡିଆରେ ତାଙ୍କର ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ବିମାନରେ ବସି ହସୁଥିବାର ଦେଖାଯାଉଛି। ସେ ଲେଖିଛନ୍ତି ଯେ ମୁଁ ଭାରତ ଆସି ଲୋକଙ୍କ ସହ ମୋର ଅଭିଜ୍ଞତା ବାଣ୍ଟିବାକୁ ଅପେକ୍ଷା କରିପାରୁନାହିଁ।
As I sit on the plane to come back to India I have a mix of emotions running through my heart. I feel sad leaving a fantastic group of people behind who were my friends and family for the past one year during this mission. I am also excited about meeting all my friends, family… pic.twitter.com/RGQwO3UcQr
— Shubhanshu Shukla (@gagan_shux) August 16, 2025
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ, ଶୁଭାଂଶୁ ଶୁକ୍ଳା ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌ ଯିବେ।
ମନ୍ତ୍ରୀ ଜିତେନ୍ଦ୍ର ସିଂହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ, ଏହା ଭାରତ ଏବଂ ଇସ୍ରୋ ପାଇଁ ଏକ ଗର୍ବର ମୁହୂର୍ତ୍ତ! ଏହି ଆଗମନ ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଉପଲବ୍ଧି ଏବଂ ଦେଶର ମହାକାଶ ଯାତ୍ରାରେ ନୂତନ ମାଇଲଖୁଣ୍ଟକୁ ପ୍ରତିଫଳିତ କରିଛି।
A moment of pride for India! A moment of glory for #ISRO! A moment of gratitude to the dispensation that facilitated this under the leadership of PM @narendramodi.
India’s Space glory touches the Indian soil… as the iconic son of Mother India, #Gaganyatri Shubhanshu Shukla… pic.twitter.com/0QJsYHpTuS
— Dr Jitendra Singh (@DrJitendraSingh) August 16, 2025
Comments are closed.