ଭୁବନେଶ୍ୱର: ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ଆସନ୍ତା ବର୍ଷ ରଥଯାତ୍ରା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରା ସରୁ ସରୁ ଆସନ୍ତା ବର୍ଷ ହେବାକୁ ଥିବା ରଥଯାତ୍ରାରେ ବିଶୃଙ୍ଖଳା ରୋକିବାକୁ ଏବେଠୁ ପ୍ରଶାସନ ସଜବାଜ। ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆଉ ଏହି ସମୀକ୍ଷା ବୈଠକରେ ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା।
ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାନ୍ତି ଓ ଉତ୍ସବ ପାଳନରେ ବିଶୃଙ୍ଖଳା ଦେଖା ଦେଉଛି। ଠାକୁରଙ୍କ ଦର୍ଶନରେ ଶୃଙ୍ଖଳା ଆସିପାରୁନି। ଠେଲାପେଲା ଭିତରେ ଠାକୁର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ଆଜିର ବୈଠକରେ ଆଲୋଚନା କରାଯିବ।
ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ସରକାର କଣ ଉତ୍ତମ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସେନେଇ ଆଲୋଚନା କାରଯିବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗ ସଚିବ ଉପସ୍ଥିତ ରହିବେ।
Comments are closed.