Latest Odisha News

No landless in Odisha: ରାଜ୍ୟରେ କେହି ରହିବେ ନାହିଁ ଭୂମିହୀନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କେହି ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ।

ସେହିପରି ମନ୍ତ୍ରୀ କହିଛନ୍ତି କେବଳ ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର। ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Comments are closed.