ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡଙ୍କୁ ନେଇ ଏକ ଅଜବ ସଂଯୋଗ ଯୋଡି ହୋଇଯାଇଛି । ହେଡ ଯେଉଁ ମ୍ୟାଚରେ ଶତକ ହାସଲ କରିଛି ଦଳ ସୁବିଧାରେ ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ହେଡଙ୍କ ଶତକ ମାନେ ବିଜୟ ସୁନିଶ୍ଚିତ । ହେଡ ସେହି ଭାଗ୍ୟଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଯାହାଙ୍କ ଭଲ ପ୍ରଦର୍ଶନ ସର୍ବଦା ଦଳକୁ ଫାଇଦାରେ ରଖିଛି । ହେଡ ଟେଷ୍ଟ କ୍ରିକେଟରେ ୯ ଶତକ ମାରିଛନ୍ତି । ସେଥିରେ ଅଷ୍ଟ୍ରେଲିଆ ୮ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ, ନ୍ୟୁଜିଲାଣ୍ଡ(୧), ଇଂଲଣ୍ଡ(୨), ୱେଷ୍ଟଇଣ୍ଡିଜ(୨) ଓ ଭାରତ ବିପକ୍ଷରେ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି ।
ସେହିପରି ଦିନିକିଆ କ୍ରିକେଟରେ ସେ ୭ ଶତକ ମାରିଛନ୍ତି । ଅଷ୍ଟ୍ରେଲିଆ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ପାକିସ୍ତାନ ବିପକ୍ଷରେ ୨ଟି, ଇଂଲଣ୍ଡ(୨), ନ୍ୟୁଜିଲାଣ୍ଡ(୧) ଦକ୍ଷିଣ ଆଫ୍ରିକା (୧) ଓ ଭାରତ ବିପକ୍ଷରେ ଗୋଟିଏ ମ୍ୟାଚରେ ଦଳ ବିଜୟ ହାସଲ କରିଛି । ବିପକ୍ଷ ଦିନିକିଆ ମ୍ୟାଚରେ ହେଡ ୧୦୩ ବଲରେ ୧୪୨ ରନ କରିଥିଲେ । ଏଥିରେ ୧୭ ଚୌକା ଓ ୫ ଛକା ରହିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଐତିହାସିକ ବିଜୟ ହାସଲ କରିଥିଲା ।
Comments are closed.