Latest Odisha News

BREAKING NEWS

ଗିଲ, ରୋହିତ, ବୁମରାହ ନୁହେଁ ଏମାନଙ୍କର ମଧ୍ୟ ହେବ ଫିଟନେସ ଟେଷ୍ଟ

ବେଙ୍ଗାଲୁର: ରୋହିତ ଶର୍ମା, ଶୁଭମନ ଗିଲ ଓ ଯଶପ୍ରୀତ ବୁମରାହଙ୍କ ବ୍ୟତୀତ ଅନ୍ୟ କେତେଜଣ ଖେଳାଳିଙ୍କ ମଧ୍ୟ ଫିଟନେସ ଟେଷ୍ଟ କରାଯିବ । ତେବେ ନଜର ବିଶେଷ ଭାବେ ରୋହିତଙ୍କ ଉପରେ ରହିବ । ଗିଲ ଏବଂ ଅନ୍ୟମାନେ ବେଙ୍ଗାଲୁର ସେଂଟର ଅଫ ଏକ୍ସଲେନ୍ସରେ ପଂହଚିଛନ୍ତି । ଏସିଆ କପ ଟିମରେ ସ୍ଥାନ ପାଇଥିବା ଭାରତୀୟ ଖେଳାଳିମାନେ ସେପ୍ଟମ୍ବର ୯ରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ସେପ୍ଟମ୍ବର ୪ରେ ଦୁବାଇରେ ଭାରତୀୟ ଖେଳାଳିମାନେ ଏକତ୍ର ହେବେ । ରୋହିତ ଶର୍ମା ଓ ମହମ୍ମଦ ସିରାଜ ଫିଟନେସ ଟେଷ୍ଟ ପାଇଁ ସିଓଇରେ ପଂହଚି ସାରିଛନ୍ତି । ରବିବାର ଫିଟନେସ ଟେଷ୍ଟ ହେବ ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କ ଫିଟନେସ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ରୋହିତ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଭାରତ ଏ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଖବର ପ୍ରକାଶ ପାଇଛି । ୱାଶିଂଟନ ସୁନ୍ଦର, ଯଶସ୍ୱୀ ଜୈସୱାଲ ଓ ଶାର୍ଦ୍ଦୁଳ ଠାକୁର ମଧ୍ୟ ଫିଟନେସ ଟେଷ୍ଟ ଦେବାକୁ ପଂହଚିଛନ୍ତି । ରୋହିତଙ୍କୁ ଭାରତୀୟ ଟିମରୁ ହଟେଇବା ପାଇଁ ଫିଟନେସ ଟେଷ୍ଟର ଆଳ ଖୋଜା ଯାଉଛି ବୋଲି କ୍ରିକେଟର ମନୋଜ ତିୱାରୀ କହିଥିଲେ । ଟେଷ୍ଟ ଏବଂ ଟି୨୦ରୁ ରୋହିତ, ବିରାଟ କୋହଲି ଅବସର ଘୋଷଣା କରତ ସାରିଛନ୍ତି । ଏବେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ଏହି ଦୁଇ ମହାନ ଖେଳାଳି ରଖିଛନ୍ତି । ଦେଖାଯାଉ ବିସିସିଆଇ ଆଗକୁ ସେମାନଙ୍କୁ ନେଇ କଣ ନିଷ୍ପତି ନେଉଛି ।

Comments are closed.