Latest Odisha News

BREAKING NEWS

୬ ବଲରେ ୬ଟି ଛକା ମାରିଲେ ଲିଓ କାର୍ଟର; ୭ମ ଖେଳାଳି ଭାବେ କଲେ ରେକର୍ଡ଼…

ୱେଲିଂଟନ: ନ୍ୟୁଜିଲାଣ୍ଡର ଘରୋଇ ଟି୨୦ କ୍ରିକେଟ ଟୁର୍ନାମେଂଟରେ କ୍ୟାଟଂରବରୀ ଟିମର ଲିଓ କାର୍ଟର ନଦର୍ଣ୍ଣ ନାଇଟ୍ସ ବିପକ୍ଷରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ।

ଏଣ୍ଟନ ଡେଭେସିଚ ମ୍ୟାଚରେ ପକାଉଥିବା ୧୬ତମ ଓଭରରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ନଦର୍ଣ୍ଣ ନାଇଟ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୯ ରନ କରିଥିଲା । କ୍ୟାଣ୍ଟବେରୀ ୭ ବଲ ବାକି ଥାଇ ମ୍ୟାଚରେ ବିଜୟୀ ହୋଇଥିଲା । କାର୍ଟର ୨୯ ବଲରେ ୭୦ ରନ କରିଥିଲେ । ଓଭରାଲ ବିଶ୍ୱର ୭ମ ଖେଳାଳି ଭାବେ ସେ ଏହି ଗୌରବ ହାସଲ କରିଛନ୍ତି।

ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର୍ସ, ଭାରତର ରବି ଶାସ୍ତ୍ରୀ ଓ ଯୁବରାଜ ସିଂ, ଦକ୍ଷିଣ ଆଫ୍ରିକାର ହର୍ଶେଲ ଗିବ୍ସ, ଇଂଲଣ୍ଡର ରୋଜ ୱିଲି ଓ ଆଫଗାନିସ୍ତାନର ହଜରତୁଲ୍ଲା ଜଜଇ ୬ ବଲରେ ୬ ଛକା ମାରିଥିଲେ । ଭାରତର ଯୁବରାଜ ସିଂ ଏକମାତ୍ର ଖେଳାଳି ଭାବେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ଯୁବି ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଓଭରର ସମସ୍ତ ବଲରେ ଛକା ମାରିଥିଲେ ।

Leave A Reply

Your email address will not be published.