Latest Odisha News

ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଠାବ; ୨ ବାଘ ଛାଲ ଜବତ, ୪ ଗିରଫ

ରାୟଗଡା: ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଠାବ । କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏହି ରାକେଟ ଠାବ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୨ ବାଘ ଛାଲ ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ, ଗୁଣୁପୁର ଉପଖଣ୍ଡର ଦୁଇଜଣ ଓ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦୁଇଜଣ । ଜବତ ବାଘ ଛାଲ ଦେଶ ବାହାରକୁ ଚୋରାଚାଲାଣ କରିବାକୁ ସେମାନେ ଯୋଜନା କରୁଥିଲେ । ଗିରଫ ପରେ ରାୟଗଡା ବନଖଣ୍ଡ ବିଭାଗକୁ ହସ୍ତାନ୍ତର କରାଯାଇଛି । ରାୟଗଡା ବନଖଣ୍ଡ ବିଭାଗ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି ।

ଦୀର୍ଘ ବର୍ଷ ଧରି ସେମାନେ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଚଳାଇଥିବା ନେଇ ସୂଚନା ରହିଛି ।

Comments are closed.