Latest Odisha News

BREAKING NEWS

ନବରଙ୍ଗପୁରରୁ ଉଦ୍ଧାର ହେଲା ଟିଫିନ୍ ବୋମା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଉଦ୍ଧାର ହୋଇଥିବା ୨ଟି ଟିଫିନ୍ ବୋମାକୁ ସୋମବାର ଦିନ ନିଷ୍କ୍ରୟକାରୀ କରିବା ପାଇଁ ବୋମା ସ୍କ୍ୱାଡ୍ ଟିମ୍ ପ୍ରୟାସ କରୁଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ରାଇଘର ବ୍ଲକ୍ ଅନ୍ତର୍ଗତ ସରଗୁଲି ଗ୍ରାମର ରାସ୍ତାକଡରେ ଜଣେ ଯୁବକ ବୋମା ପଡିଥିବା ଦେଖିଥିଲେ । ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସ ସୂଚନା ଦେଇଥିଲେ ।

ଖବର ପାଇବା ପରେ ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଜବତ କରିଛନ୍ତି । ପରେ ଉକ୍ତ ସ୍ଥାନକୁ ଘେରାଉ କରି ବନ୍ଦ କରିବା ସହ ବମ ସ୍କ୍ୱାର୍ଡ ବୋମା ଗୁଡିକୁ ନିଷ୍କ୍ରିୟ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।

ତେବେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.