Latest Odisha News

BREAKING NEWS

Subhadra Yojana: ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା, ଏକା ଥରକେ ମିଳିବ ୩ଟି କିସ୍ତି….

ଭୁବନେଶ୍ବର: ଯୋଗ୍ୟ ବାଦ୍ ପଡିଥିବା ହିତାଧିକାରୀ ନିଶ୍ଚୟ ପାଇବେ ସୁଭଦ୍ରା ଯୋଜନା ସହାୟତା । ଆଜି ଲୋକସେବା ଭବନରେ ସୁଭଦ୍ରା ସମୀକ୍ଷା ବୈଠକ ପରେ କିଛି ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରୁ ପୂର୍ବରୁ ଯୋଗ୍ୟ ହୋଇଥିଲେ ମଧ୍ୟ ହଜାର ହଜାର ମହିଳା ବାଦ ପଡ଼ିଥିଲେ, ସେମାନେ ଖୁବ୍ ଶୀଘ୍ର ଲାଭ ପାଇବା ଆରମ୍ଭ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୁଧବାର ଘୋଷଣା କରିଛନ୍ତି।

ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଭାଷଣ ଦେଇ ପରିଡା କହିଛନ୍ତି ଯେ ରାସନ କାର୍ଡର ଅଭାବ, ଅସମ୍ପୂର୍ଣ୍ଣ କେୱାଇସି ବିବରଣୀ କିମ୍ବା ରେକର୍ଡରେ ଅସଙ୍ଗତି ଭଳି ବୈଷୟିକ ସମସ୍ୟା ଯୋଗୁଁ ଅନେକ ମହିଳା ହିତାଧିକାରୀ ବାଦ ପଡ଼ିଛନ୍ତି। ତାହାର ତର୍ଜମା ଚାଲିଛି । ଯୋଗ୍ୟ ହୋଇଥିଲେ ଏକା ଥରକେ ତିନିଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଆଜି ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ କରିଥିଲେ । ବୈଠକ ପୂର୍ବରୁ ୩ ବିଭାଗ ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି । ତିନି ବିଭାଗର ଦେଇଥିବା‌ ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଯେଉଁ ମହିଳାମାନେ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ହେବେ, ସେମାନଙ୍କୁ ଯୋଜନାରୁ ବାଦ୍ ଦିଆଯିବ ।

Comments are closed.