Latest Odisha News

BREAKING NEWS

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି।

କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ନାମ ସୁପାରିଶ କରାଯାଇଥିଲା। ଯାହାକୁ ନେଇ ଜେନ-ଜେଡ ପ୍ରତିବାଦକାରୀ ମାନେ ଏକ ଭର୍ଚୁଆଲ୍ ବୈଠକ ଡାକିଥିଲେ ଓ ସେଥିରେ ୫୦୦୦ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ସୁଶୀଳା କାର୍କିଙ୍କୁ ପ୍ରଧାନମନ୍ତ୍ରୀ ହେବା ନେଇ ସର୍ବାଧିକ ସମର୍ଥନ ମିଳିଥିଲା।

 

ସୁଶୀଳା ୭ ଜୁନ୍ ୧୯୫୨ ମସିହାରେ ନେପାଳର ବିରାଟନଗରରେ ଜନ୍ମଗ୍ରହଣ କରିଥିଲେ। ତେବେ ସେ ୧୯୭୫ ମସିହାରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଥିଲେ। ସୁଶୀଳା ନେପାଳର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ସେ ୧୧ ଜୁଲାଇ ୨୦୧୬ରେ ମୁଖ୍ୟ ବିଚାରପତି ଭାବରେ ନିଜର କାର୍ଯ୍ୟଭାର ସମ୍ଭାଳିଥିଲେ।

Comments are closed.