Latest Odisha News

BREAKING NEWS

ଆସୁଛନ୍ତି ମା’, ଆଜିଠୁ ରାଜ୍ୟର ସମସ୍ତ ଶକ୍ତିପୀଠରେ ଷୋଡଶ ଉପଚାର ବିଧି ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟାରେ ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା’ ଦୁର୍ଗା । ମାଆଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ ।

ପୁରୀ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ କଟକର ଗଡ଼ଚଣ୍ଡୀ, ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ମାଆ ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଆଦିରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି ।

ପ୍ରତ୍ୟେକ ଦିନ ଜଗତଜନନୀ ମା ବିଭିନ୍ନ ବେଶରେ ସଜେଇ ହେବେ। ବିଭିନ୍ନ ଶକ୍ତି ପୀଠରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷମର୍ଦ୍ଦିନୀ, ଗଜଳକ୍ଷ୍ମୀ, ଶ୍ୟାମାକାଳୀ ଆଦି ବେଶରେ ସଜାଇ ହେବେ ମା’ । ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇଗଲାଣି ।

ସେପଟେ, ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି କାମ ସହ ଆଗେଇ ଚାଲିଛି । ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି କାରିଗରମାନେ । ଟ୍ବିନ ସିଟିର ଅନେକ ମଣ୍ଡପରେ ଚାନ୍ଦି ସହ ସୁନାର ମେଢ଼ ମଧ୍ୟ କରାଯାଉଛି । ଏହାକୁ ନେଇ ସୁନା ଚାନ୍ଦି ମେଢ଼ ସଫେଇ କାର୍ଯ୍ୟ ମଧ୍ୟ ଚାଲିଛି ।

Comments are closed.