Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ବିଦାହେଲେ ଅଧ୍ୟାପକ

ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ବହିଷ୍କାର ହେଲେ ଜଣେ ଅଧ୍ୟାପକ । ଘଟଣାଟି ଘଟିଛି ଜଗତସିଂହପୁର ଜିଲା ବାଲିକୁଦା କଲେଜରେ । ଅଧ୍ୟାପକ ସନ୍ତୋଷ ଶତପଥୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବାର ଧରାପଡିବା ପରେ ତାଙ୍କୁ ବହିଷ୍କାର କରାଯାଇଛି ।

ସୂଚନା ଅନୁସାରେ, ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ । ଏମକମ୍‌ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲେ । ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ ଏମକମ୍ ପାସ କରିଥିବା ନକଲି ସାର୍ଟିଫିକେଟ ଦେଇଥିବା ଜଣା ପଡିଥିଲା ।

ତେବେ କମିଟି ରିପୋର୍ଟ ଦେବାପରେ ଗତ ୬ ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହା ସହିତ ଏ ସମ୍ପର୍କରେ ଉପଜିଲାପାଳଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଅଧ୍ୟାପକ ଜଣକ ୭ବର୍ଷ ଧରି ନେଇଥିବା ଦରମାକୁ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.