Latest Odisha News

BREAKING NEWS

ଓଡିଶା ପ୍ରୋ ଟି୨୦ ଲିଗ: ଉନ୍ମୋଚିତ ହେଲା ଜର୍ସି

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ମିିଳିତ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ମଙ୍ଗଳବାର ଏହି ଲିଗରେ ଅଂଶଗ୍ରହଣ କରୁଥିବା ଟିମର ଖେଳାଳିଙ୍କ ଜର୍ସି ଉନ୍ମୋଚିତ ହୋଇଛି । ପୂର୍ବରୁ ଇରଫାନ ପଠାନ ଓ ଦେବାଶୀଷ ମହାନ୍ତିଙ୍କୁ ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯାଇଥିଲା । ଜର୍ସି ଉନ୍ମୋଚନ ବେଳେ ଇରଫାନଙ୍କ ସମେତ ୬ଟି ଟିମର ମାର୍କ୍ୟୁ ଖେଳାଳି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସୂର୍ଯ୍ୟକାନ୍ତ ପ୍ରଧାନ, ସ୍ୱସ୍ତିକ ସାମଲ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ୱାଇଁ ଓ ସନ୍ଦୀପ ପଟ୍ଟନାୟକଙ୍କୁ ମାର୍କ୍ୟୁ ଖେଳାଳି ଭାବେ ବଛାଯାଇଛି ।

ଏହି ଅବସରରେ ନରେନ୍ଦ୍ର ହୀରୱାନୀଙ୍କୁ କଟକ ପାନ୍ଥର୍ସ, ଶ୍ରୀତମ ଦାସଙ୍କୁ କେନ୍ଦୁଝର ମାଇନର୍ସ, ଏଲିନା ସାମନ୍ତରାୟଙ୍କୁ ଭୁବନେଶ୍ୱର ଟାଇଗର୍ସ, ସୁପ୍ରିୟା ନାୟକଙ୍କୁ ପୁରୀ ଟାଇଟାନ୍ସ, ଶୈଲେନ୍ଦ୍ର ସାମନ୍ତରାୟଙ୍କୁ ରାଉରକେଲା ଷ୍ଟିଲର୍ସ ଓ ଶୀତଲ ଦାସଙ୍କୁ ସମ୍ବଲପୁର ୱାରିୟର୍ସର ଆମ୍ବାସଡର ଭାବେ ଘୋଷଣା କରାଯାଇଥିଲା । ଓସିଏ ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ ବିକାଶ ପ୍ରଧାନ, ଜଂଏଟ ସେକ୍ରେଟାରୀ ପ୍ରଭାତ କୁମାର ଭୋଳ, ଆରିଭା ସ୍ପୋର୍ଟ୍ସର ନିର୍ଦ୍ଦେଶକ କ୍ଷିତିଜ ଗୁପ୍ତା ଓ ଇରଫାନ ପଠାନ ଉପସ୍ଥିତ ଥିଲେ । ଫାଓର ସମ୍ପାଦକ ଓ ଓଏଏର ଚେୟାରମ୍ୟାନ ଆଶୀର୍ବାଦ ବେହେରା ଓସିଏର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଲିଗ ଆଗାମୀ ଦିନରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ହେବ ବୋଲି ସେ କହିଥିଲେ ।

Comments are closed.