Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରର ସିକ୍ୟୁରିଟି ହଲରୁ ସାଢେ଼ ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିମାନ ବନ୍ଦର ଟର୍ମିନାଲ ୨ରେ ସିକ୍ୟୁରିଟି ହଲ୍ ରୁ ସାଢେ଼ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଛି । ସାପଟି କୌଣସି ଗଳା ବାଟ ଦେଇ ବିମାନ ବନ୍ଦରର ହାଇ ସିକ୍ୟୁରିଟି ଅଞ୍ଚଳ ଭିତରକୁ ପଶି ଆସିଥିଲା ।

ସୁରକ୍ଷାକର୍ମୀ ମାନେ ସାପକୁ ଦେଖି ଟର୍ମିନାଲ ମ୍ୟାନେଜର ଅଫିସ୍ କୁ ଖବର ଦେଇଥିଲେ । ଟର୍ମିନାଲ ମ୍ୟାନେଜର ଅଫିସ୍ ରୁ ସାପ ଉଦ୍ଧାର ପାଇଁ ସ୍ନେକ୍ ହେଲ୍ପ ଲାଇନକୁ ସୂଚନା ଦିଆଯାଇଥିଲା । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର କରିଥଲେ ।

ସାପ ଉଦ୍ଧାର ସମୟରେ ଫ୍ଲାଇଟ ପାଇଁ ପାସେଞ୍ଜର ମାନଙ୍କର ସିକ୍ୟୁରିଟି ଚାଲିଥିଲା । ସାପ ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।

Comments are closed.