ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଯୋଗ୍ୟତାପର୍ଯ୍ୟାୟରେ ପ୍ରଥମ ଥ୍ରୋରୁ ଯୋଗ୍ୟତା ହାସଲ କରି ନେଇଥିଲେ । ସେ ୮୪.୮୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ଯାହା କ୍ୱାଲିଫାଇ ମାର୍କଠାରୁ ଆଗରେ ରହିଥିଲା । ଫାଇନାଲରେ ନୀରଜ ଏଥର ତାଙ୍କ ଟାଇଟଲ ବଂଚାଇ ରଖିବା ପାଇଁ ଉଦ୍ୟମ କରିବେ । ୨୦୨୩ରେ ବୁଡାପେଷ୍ଟରେ ଆୟୋଜିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଭାରତର ସଚିନ ଯାଦବ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛନ୍ତି ।
ସଚିନ ୨୦୨୫ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ସେ ୮୩.୬୭ ମିଟର ଥ୍ରୋ ସହ ଫାଇନାଲରେ ପ୍ରବେଶ କରିଥିଲେ । ଗ୍ରୁପ ଏରୁ ଯୋଗ୍ୟତା ହାସଲ କରିଥିବା ୧୨ଜଣ ଆଥଲେଟ ହେଲେ- ଜୁଲିୟନ ୱେବର, ଡେଭିଡ ୱାଗନର, ନୀରଜ ଚୋପ୍ରା, ଜ୍ୟାକବ ବାଇଲେଜ, କେର୍ଶାନ ୱାଲକଟ, ସଚିନ ଯାଦବ, ଏଡିସ ମାଟୁସେଭିସିୟସ, ସୁମେଧା ରଣସିଂଘେ, ସାଇପ୍ରିୟାନ ମୁଜିଗ୍ଲୋଡ, ଲମସୀ ଏଟେଲଟାଲୋ, ମାର୍କ ଆନ୍ଥୋନୀ ମିନିଚେଲୋ ଓ କୀଶନ ଷ୍ଟ୍ରେଚନ ।
Comments are closed.