Latest Odisha News

BREAKING NEWS

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି 

ଭୁବନେଶ୍ବର: ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତରପଶ୍ଚିମ ଓ ପାଶ୍ବବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହୋଇଛି ।

ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡା ,ବଲାଙ୍ଗୀର , ନୟାଗଡ , ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ଯାହା ଫଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ। ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ବିଭାଗ।

 

Comments are closed.