ଭୁବନେଶ୍ୱର: ଆଉ କିଛି ସମୟର ଅପେକ୍ଷା ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା । ଏହି ସମୟରେ ଯେପରି କିଛି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭସାଣି ସମୟରେ ମଦ ବିକ୍ରି ନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।
ଭସାଣି ସମୟରେ ମଦ ଦୋକାନ ଖୋଲିବା ଓ ବେଆଇନ ଚୋରା ମଦ ବିକ୍ରି ଉପରେ ରହିଛି ଅବକାରୀ କମିଶନଙ୍କ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ନିୟମ ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ଅନ୍ୟପଟେ, ରାଜଧାନୀରେ ଭାସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି ।
Comments are closed.