Latest Odisha News

BREAKING NEWS

ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ କୁମିନ୍ସ, ହେଡଙ୍କୁ ଅଫର ହୋଇଥିଲା ୮୮ କୋଟି

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ ପ୍ୟାଟ କୁମିନ୍ସ ଓ ଟ୍ରେଭିସ ହେଡଙ୍କୁ ୮୮ କୋଟି ଟଙ୍କା ଅଫର ହୋଇଥିଲା ବୋଲି ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ଚାଂଚଲ୍ୟକର ଖବର ପ୍ରକାଶ ପାଇଛି । ଏହି ଦୁଇ ଖେଳାଳିଙ୍କୁ ବିଶ୍ୱର ବିଭିନ୍ନ ଲିଗ ଖେଳିବା ପାଇଁ ଏହି ଅଫର ଦିଆ ଯାଇଥିଲା । ଯାହାକୁ ସେମାନେ ମନା କରି ଦେଇଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ବିଗ ବ୍ୟାଶ ଲିଗକୁ ଆହୁରି ବଡ ଆକାରରେ କରିବା ପାଇଁ ଯୋଜନା କରୁଥିବା ବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆଇପିଏଲରେ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୩୧ ଏବଂ ହେଡଙ୍କୁ ୧୦ କୋଟି ଟଙ୍କାରେ ନେଇଥିଲା । ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ସେମାନଙ୍କର ପାଖାପାଖି ୨୫ କୋଟି ଟଙ୍କା ଆୟ ହୋଇଥାଏ । ବିଶ୍ୱ କ୍ରିକେଟରେ ଏବେ ବିଭିନ୍ନ ଲିଗ ଖେଳାଳିଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।

ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା, କ୍ୟାରିବିୟାନ, ଆମେରିକା, ୟୁଏଇ ଓ ଆଇପିଏଲ ପରି ଲୋକପ୍ରିୟ ଲିଗ ରହିଛି । ପୂର୍ବରୁ ମଧ୍ୟ ବିଭିନ୍ନ ଦେଶର ଖେଳାଳିଙ୍କୁ ଏ ଭଳି ଲୋଭନୀୟ ଅଫର ଦିଆଯାଇଥିଲା । କୁମିନ୍ସ ପିଠି ସମସ୍ୟାରୁ ମୁକୁଳିବା ପାଇଁ ସଂଘର୍ଷ କରୁଛନ୍ତି । ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି । କୁମିନ୍ସଙ୍କ ତୁଳନାରେ ହେଡ ଟି୨୦ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କୁ ନେବା ପାଇଁ ବିଭିନ୍ନ ଲିଗ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ।

Comments are closed.