Latest Odisha News

BREAKING NEWS

‘ବିଜେପିର ନୂଆପଡ଼ା ପ୍ରାର୍ଥୀ ପାଇଁ ୧୬ରେ ନାମାଙ୍କନ ଭରିବେ ଜୟ ଢୋଲକିଆ’

ଭୁବନେଶ୍ବର: ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନିଷ୍ପତ୍ତି ସରିଛି କେବଳ ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ ।

ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଆସନ୍ତା ୧୬ ତାରିଖରେ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ।

ଅନ୍ୟପଟେ, ବିଜେପି ରାଜ୍ୟ ସଭାପତି କହିଛନ୍ତି, ବିଜେପି ପକ୍ଷରୁ ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। କୋର୍ କମିଟି ବୈଠକ ନିଷ୍ପତ୍ତି ହୋଇଥିବା ନାଁ କେନ୍ଦ୍ରୀୟ ପାର୍ଲ୍ୟାମେଣ୍ଟାରି ବୋର୍ଡକୁ ପଠାଯାଇଛି । ତେବେ ବିଜେପି ପାର୍ଲ୍ୟାମେଣ୍ଟାରି ନିଷ୍ପତ୍ତି ନେବ, କିଏ ହେବ ବିଜେପି ପ୍ରାର୍ଥୀ ।

Comments are closed.