ନୂଆଦିଲ୍ଲୀ: ମାଲେସିଆର ଜୋହରରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ୨୦୨୫( Sultan of Johor Cup 2025)ର ଶେଷ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ (Indian Junior Men’s Hockey Team) ସାନଦାର୍ ପ୍ରଦର୍ଶନ କରିଛନ୍ତି ଓ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି । ତେବେ ଭାରତର ଫାଇନାଲ ଟକ୍କର ଅଷ୍ଟ୍ରେଲିଆ ସହିତ ହେବ ।
ସୂଚନାଥାଉକି, ମାଲେସିଆ ବିପକ୍ଷରେ, ଭାରତ ଗୁରଜୋତ ସିଂହ (22′), ସୌରଭ ଆନନ୍ଦ କୁଶୱାହା (48′) ଗୋଲ କରିଥିଲେ। ମାଲେସିଆ ପକ୍ଷରୁ ନାଭିନେଶ ପାଣିକର (43′ ) ଗୋଲ କରିଥିଲେ ।
ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଫାଇଟ୍ ଶନିବାର (୧୮ ଅକ୍ଟୋବର)ଦିନ ୧୮.୦୫ ଘଣ୍ଟା ସମୟରେ ହେବ । ଏପଟେ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨-୪ ଗୋଲରେ ପରାସ୍ତ ହୋଇଥିଲା । ତେବେ ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
Comments are closed.