Latest Odisha News

BREAKING NEWS

Accident In Nepal: ୭୦୦ ଫୁଟ ଗଭୀର ଘାଟିରେ ଖସିଲା ଜିପ୍ ; ୮ ମୃତ, ଅନେକ ଆହତ

କାଠମାଣ୍ଡୁ: ନେପାଳର ଦୁର୍ଗମ ପାହଡ ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଶୁକ୍ରବାର ରାତିରେ କରନାଲି ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜିପ୍ ପ୍ରାୟ ୭୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲା। ଶନିବାର ପୋଲିସ ଦେଇଥିବା ସୂଚନାନୁସାରେ, ଏହି ଦୁର୍ଘଟଣାରେ ଆଠ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ରୁକୁମ ପଶ୍ଚିମ ଜିଲ୍ଲାର ବାଫିକୋଟ ଅଞ୍ଚଳର ଝାରମାରେ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଜିପ୍ ମୁସିକୋଟ୍ର ଖାଲଙ୍ଗା ବଜାରରୁ ସିଆଲିଖାରି ଗାଁ ଆଡକୁ ଯାଉଥିଲା।

ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣାଟି ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଘଟିଛି। ଅନ୍ଧାର ରାତିରେ ରାସ୍ତାରେ ଜିପ୍ ଟି ନିୟନ୍ତ୍ରଣ ହରାଇ ଗଭୀର ଘାଟିରେ ଖସିପଡ଼ିଥିଲା। ଅତ୍ୟନ୍ତ ଦୁର୍ଗମ ଭୂମି ଯୋଗୁଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିବାରେ କଷ୍ଟକର ହୋଇଥିଲା।

Comments are closed.