କୀଭ: ୟୁକ୍ରେନର ଚେରନୋବେଲ ନିକଟରେ ରହୁଥିବା ବୁଲା କୁକୁରଙ୍କ ଶରୀରର ରଙ୍ଗ ଧୀରେ ଧୀରେ ନୀଳ ପଡୁଛି । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛ । ୨ ସପ୍ତାହ ମଧ୍ୟରେ କୁକୁର ଶରୀରର ରଙ୍ଗ ହଠାତ ଏ ଭଳି ହୋଇଯାଇଛି । ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନି । ୪୦ ବର୍ଷ ତଳେ ଏଠାରେ ଘଟିଥିବା ପରମାଣୁ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା ସହ ଯୋଡିଛନ୍ତି । ଡଗ୍ସ ଅଫ ଚେରନୋବେଲ କୁକୁରଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲା । ସେମାନେ କୁକୁରଙ୍କ ଧରିବାକୁ ଯାଇଥିବା ବେଳେ ଏହା ଦେଖିଥିଲେ । ନିଶ୍ଚିତ ଭାବେ କୌଣସି ରସାୟନ ପ୍ରକ୍ରିୟାରେ ତାଙ୍କ ଶରୀରର ରଙ୍ଗ ବଦଳିଛି । ଏହି କୁକୁରଗୁଡିକ ବେଶ ସକ୍ରିୟ ଅଛନ୍ତି । ସେମାନଙ୍କ କାବୁ କରିବା ମଧ୍ୟ ସହଜ ନୁହେଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
୧୯୮୬ରେ ଚୋରନୋବେଲ ପରମାଣୁ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା ଘଟିଥିଲା । ସେଠାରେ କାର୍ଯ୍ୟ କରୁଥିବା ୪୦ କର୍ମଚାରୀ ସଙ୍ଗେ ସଙ୍ଗେ ମୃତ୍ୟୁବ୧ରଣ କରିଥିଲେ । ନ୍ୟୁକ୍ଲିୟର ରେଡିଏଶନ ଯୋଗୁ ଅନେକ କର୍ମଚାରୀ ଜଳି ଯାଇଥିଲେ । ସୋଭିଏଟ ସଂଘ ଭାଙ୍ଗିବା ପରେ ଏବେ ଏହା ୟୁକ୍ରେନର ଅଂଶ ହୋଇ ରହିଛି । ଦୁର୍ଘଟଣା ପରେ ସେ ସ୍ଥାନରୁ ସ୍ଥାନୀୟ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଥିଲା । କିଛି ପୋଷା କୁକୁର ସେଠାରେ ରହି ଯାଇଥିଲେ । ସେମାନଙ୍କ ସଂଖ୍ୟା ଏବେ ୨୫୦ରୁ ଊର୍ଦ୍ଧ୍ୱରେ ପଂହଚିଛି । ଏବେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଚାଲିଛି । ଯାହାକି ରକ୍ଷା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ରୁଷ ପରମାଣୁ ଆକ୍ରମଣ ନ କରୁ କିମ୍ବା ଚେରନୋବେଲ ନଷ୍ଟ ନ କରିବା ପାଇଁ ଉଦ୍ୟମ କରୁ ବୋଲି ସେମାନେ କହିଛନ୍ତି ।
Comments are closed.