Latest Odisha News

BREAKING NEWS

Superstitions:ଅନ୍ଧବିଶ୍ୱାସ ଅନ୍ଧଗଳିରେ କୋରାପୁଟ ! ଗ୍ରାମ ଦେବୀଙ୍କ କୋପ ନାଁରେ ଗାଁକୁ ପ୍ରବେଶ ମନା

କୋରାପୁଟ:ଏ କି ପରମ୍ପରା ?  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବତୀଙ୍କ କୋପ ନାଁରେ ଗାଁକୁ ବାହର ଲୋକଙ୍କ ପ୍ରବେଶ ମନା ହୋଇଛି । ଏପରିକି ଗ୍ରାମବାସୀ ମଧ୍ୟ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଚଳିତ ବର୍ଷ ଗାଁରେ ୮ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ଗାଁର ଇଷ୍ଟଦେବୀ ମା’ ଝାଙ୍କରୀ କାଳେ ରାଗିଛନ୍ତି ଓ ଗାଁ ଛାଡ଼ିଛନ୍ତି । ମା’ଙ୍କ କୃପାଦୃଷ୍ଟି ନଥିବାରୁ ଗାଁରେ ଦୁଃଖଶୋକର ବାତାବରଣ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅନୁମାନ କରିଥିଲେ। ଆଦିବାସୀ ପରମ୍ପରାରେ ପୂଜାର୍ଚ୍ଚନା, ସଂକୀର୍ତ୍ତନ ସହ ଗାଁରେ ଭୋଜିଭାତ ହୋଇଥିଲା। ମା’ ଏବେ ଗାଁକୁ ଫେରି ପୁଣି କୃପାଦୃଷ୍ଟି ପକାଇଥିବା ଗ୍ରାମବାସୀ କହୁଛନ୍ତି।

କିନ୍ତୁ ୮ଦିନ ପର୍ଯ୍ୟନ୍ତ ଯଦି ଗାଁରୁ କେହି ବାହାରକୁ ଯିବେ ନାହିଁ କିମ୍ବା ଗାଁ ବାହାର କୌଣସି ବ୍ୟକ୍ତି ଗାଁରେ ପ୍ରବେଶ କରିବେ ତେବେ ମା’ ପୁଣି ରୁଷ୍ଟ ହେବେ । ଯଦି କେହି କଟକଣା ମାନିବେ ନାହିଁ ତେବେ ଅକାଳ ମୃତ୍ୟୁ ସୁନିଶ୍ଚିତ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରି ପୋଷ୍ଟର ଲଗାଇ ଗ୍ରାମବାସୀଙ୍କ ନିଷ୍ପତ୍ତି ସଂପର୍କରେ ଗାଁ ବାହାର ଲୋକଙ୍କୁ ସତର୍କ କରାଇଛନ୍ତି।

ଏହା ହେଉଛି ପୂର୍ବ ପୁରୁଷରୁ ପ୍ରଚଳିତ ହୋଇ ଆସିଥିବା ପ୍ରଥା। ଆମ ପରମ୍ପରାକୁ ଛାଡିପାରିବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

 

Comments are closed.