Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି, ୧୨ ଡିଗ୍ରୀ ସହ ଶୀତରେ ଥରୁଛି ଦାରିଙ୍ଗବାଡ଼ି
ଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେବ ପାରଦ ଖୁସୁଛି । ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି । ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳରେ ୧୫, କୋରାପୁଟ ଓ ଭଦ୍ରକରେ ୧୫.୫, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୫.୮, ରାଉରକେଲାରେ ୧୬.୧, ଢେଙ୍କାନାଳରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି ।
ଶୁକ୍ରବାର ଅପେକ୍ଷା କନ୍ଧମାଳ ଜିଲାର ଉଭୟ ସ୍ଥାନରେ ରାତି ତାପମାତ୍ରା କମିଛି । ଟ୍ବହିନ ସିଟିରେ ପାରଦ ହ୍ରାସ ପାଇଛି। ଶୁକ୍ରବାର ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ଥିଲା ।
ଆସନ୍ତା ୨ରୁ ୩ ଦିନରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନୁଗୁଳରେ ୧୩ ଡିଗ୍ରୀ, ରାଉରକେଲା, କୋରାପୁଟ ଓ ଝାରସୁଗୁଡ଼ାରେ ୧୪, କେନ୍ଦୁଝର ଓ ଢେଙ୍କାନାଳରେ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି ।ଫଳରେ ସେହି ସମୟରେ ଶୀତ ଦ୍ବିଗୁଣିତ ଅନୁଭୂତ ହେଉଛି ।
Comments are closed.