ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ନଭେମ୍ବର ୨୨ରୁ ଏହି ମ୍ୟାଚ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଏହି ଟେଷ୍ଟରେ ଖେଳିବା ନେଇ ସସ୍ପେନ୍ସ ଲାଗି ରହିଛି । ରିପୋର୍ଟ ମୁତାବକ ଡାକ୍ତର ଗିଲଙ୍କୁ ପ୍ଲେନରେ ବସି ଯିବା ପାଇଁ ମନା କରିଛନ୍ତି । ଫଳରେ ଗୌହାଟୀଙ୍କ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ସସ୍ପେନ୍ସ ଲାଗି ରହିଛି । ପ୍ରଥମ ଟେଷ୍ଟରେ ଭାରତ ପରାଜୟବରଣ କରିଥିବାରୁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ମଙ୍ଗଳବାର ଟିମ ମ୍ୟାନେଜମେଂଟ ଗିଲଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେଇପାରେ । ୪ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ଅକ୍ଟୋବର ୨୦୨୪ ପରଠାରୁ ଗିଲ କ୍ରମାଗତ ଟେଷ୍ଟ ମ୍ୟାଚ ଖେଳି ଆସୁଛନ୍ତି । ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ ନ ରହିବେ ତେବେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳି ପାରିବେନି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ସୁଧାରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । କୋଚ ଗୌତମ ଗମ୍ଭୀର ପୂନର୍ବାର ଇଡେନ ଗାର୍ଡେନ ପରି ସ୍ପିନ ଓ ଧୀମା ଟ୍ରାକ ଚାହୁଁଥିବା ରିପୋର୍ଟ ପ୍ରକାଶ ପାଇଛି । ଗିଲଙ୍କ ଅନୁପସ୍ଥିତିରେ ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।
Comments are closed.