Latest Odisha News

BREAKING NEWS

ବଲକୁ ଦୁଇ ଥର ମାରି ଆଉଟ ହେଲେ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ପ୍ଲେଟ ଗ୍ରୁପ ମ୍ୟାଚରେ ମଣିପୁରର ଜଣେ ବ୍ୟାଟ୍ସମ୍ୟାନ ଆଶ୍ଚର୍ଯ୍ୟଜନକ ଭାବେ ଆଉଟ ହୋଇଛି । ମେଘାଳୟ ଓ ମଣିପୁର ମ୍ୟାଚ ଅବସରରେ ଲାମବମ ଅଜୟ ସିଂ ବ୍ୟାଟିଂ କରୁଥିବା ବେଳେ ଆର୍ଯ୍ୟନ ବୋରାଙ୍କ ବଲକୁ ଡିଫେନ୍ସ କରିଥିଲେ । ବଲ ୱିକେଟ ଆଡକୁ ଗଡି ଯାଉଥିବା ବେଳେ ସେ ପୂନର୍ବାର ଏହାକୁ ବ୍ୟାଟରେ ମାରିଥିଲେ । ମେଘାଳୟ ଖେଳାଳି ଆବେଦନ କରିବା ପରେ ଅମ୍ପାୟାର ଧର୍ମେଶ ଭରଦ୍ୱାଜ ତାଙ୍କୁ ଆଉଟ ଘୋଷିତ କରିଥିଲେ ।

ନିୟମ ୩୪.୧ ଅନୁସାରେ ଯଦି ଷ୍ଟ୍ରାଇକରର ଶରୀର କିମ୍ବା ବ୍ୟାଟରେ ବଲ ବାଜିବା ପରେ ଏହାକୁ ଦ୍ୱିତୀୟ ଥର ମାରିଲେ ଆଉଟ ଘୋଷିତ କରାଯିବ । ୨୦୦୫ରେ ଜମ୍ମୁ-କଶ୍ମୀରର ଅଧିନାୟକ ଧ୍ରୁବ ମହାଜନଙ୍କୁ ସମାନ ଢ଼ଙ୍ଗରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଆଉଟ ଦିଆ ଯାଇଥିଲା । ତାଙ୍କ ପୂର୍ବରୁ ଆନ୍ଧ୍ରର ବବନ୍ନା(୧୯୬୩-୬୪), ଜମ୍ମୁ ଏବଂ କଶ୍ମୀରର ଶାହୀଦ ପରଭେଜ(୧୯୮୬-୮୭) ଓ ତାମିଲନାଡୁର ଆନନ୍ଦ ଜର୍ଜ (୧୯୯୮-୯୯)ମଧ୍ୟ ଏ ଭଳି ଆଉଟ ହୋଇଛନ୍ତି ।

Comments are closed.