Latest Odisha News

BREAKING NEWS

ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିଲା ଭାରତୀୟ ଟିମ

ନୂଆଦିଲ୍ଲୀ: ପ୍ରଥମ ଥର ଖେଳା ଯାଇଥିବା ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଇତିହାସ ରଚିଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ ୱିକେଟରେ ନେପାଳକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ନେପାଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ କରିଥିଲା । ଜବାବରେ ଭାରତ ୧୨ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଫୁଲା ସାରେନ ୨୭ ବଲରେ ଦ୍ରୁତ ୪୪ ରନ କରିଥିଲେ । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଗୋଟିଏ ବି ମ୍ୟାଚ ହାରି ନ ଥିଲା । ନେପାଳ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା । ଆୟୋଜକ ଶ୍ରୀଲଙ୍କାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ୫ଟି ମୁକାବିଲାରେ ଦଳ ଗୋଟିଏ ବିଜୟ ହାସଲ କରିପାରିଥିଲା । ନଭେମ୍ବର ୧୧ରୁ ଏହି ବିଶ୍ୱକପ ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଂଟରେ ଭାରତ, ନେପାଳ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା , ପାକିସ୍ତାନ ଓ ଆମେରିକା ଅଂଶଗ୍ରହଣ କରିଥିଲେ ।

Comments are closed.