Latest Odisha News

BREAKING NEWS

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ ।

ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି । ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଆଲିଆ ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ସଂଜୟ ଲୀଲା ବଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ।

ମାଫିଆ କ୍ୱିନ୍ ଅଫ୍ ମୁମ୍ବାଇ ଗଙ୍ଗୁବାଈଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ଆଧାରିତ । ଯିଏ କି ଅନ୍ୟ ଝିଅଙ୍କ ଭଳି ସେକ୍ସ ଟ୍ରାଫିକିଂର ଶିକାର ହୋଇଛନ୍ତି । ଏହି ଫିଲ୍ମର ଗଙ୍ଗୁବାଈ ଭୂମିକାରେ ଆଲିଆ ଭଟ୍ଟ ଅଛନ୍ତି । ଫିଲ୍ମ ପାଇଁ ଆଲିଆ ଗୁଜରାଟୀ ଏବଂ କାଠିଆୱାଡି ଭାଷା ଶିଖିଛନ୍ତି । ଫିଲ୍ମଟିକୁ ସଂଜୟ ଲୀଲା ବଂସାଲୀ ନିର୍ଦ୍ଦେଶନା ଦେଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବ ।

Leave A Reply

Your email address will not be published.