ବିଜାପୁର: ନକ୍ସଲ-ପ୍ରବଣ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏଠାରେ CRPFର ୮୫ତମ ବାଟାଲିୟନର ଯବାନମାନେ ବହୁ ମାତ୍ରାରେ ନକ୍ସଲଙ୍କ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାଲୁର ଥାନା ଅଞ୍ଚଳ ଅନ୍ତର୍ଗତ ହିରୋଲି ଗ୍ରାମର ମାରେପାରା ଅଞ୍ଚଳର ଘନ ଜଙ୍ଗଲରେ ଏହି ଅଭିଯାନ କରାଯାଇଥିଲା । ସୁରକ୍ଷା ବାହିନୀ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲେ ଯେ ନକ୍ସଲମାନେ ହିରୋଲି ଶିବିରର ଦକ୍ଷିଣ-ପୂର୍ବରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଲୁଚାଇ ରଖିଛନ୍ତି । ଏହି ସୂଚନା ଉପରେ କାର୍ଯ୍ୟ କରି, ଯବାନ ମାନେ ଉକ୍ତ ଅଞ୍ଚଳକୁ ତଲାସି କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛନ୍ତି ।
ଏହି ଅପରେସନ ପାଇଁ ଶନିବାର CRPFର ୮୫ତମ ବାଟାଲିୟନର ଏକ ଦଳ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲା । ପ୍ରାୟ ସକାଳ ୬ଟା ୫୦ ସମୟରେ, ସୁରକ୍ଷା ବାହିନୀ ଜଙ୍ଗଲ ଭିତରେ ଲୁଚି ରହିଥିବା ଏକ ଗୁପ୍ତ ନକ୍ସଲ ଡମ୍ପ ଖୋଜି ପାଇଥିଲେ । ଡମ୍ପ ଖୋଜିବା ପରେ, ଅସ୍ତ୍ରଶସ୍ତ୍ର, ଜୀବନ୍ତ ଗୁଳି, ବିସ୍ଫୋରକ ଏବଂ ଏକ ୱାୟାରଲେସ୍ ସେଟ୍ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସାମଗ୍ରୀ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ନକ୍ସଲମାନେ ଏକ ବଡ଼ ହିଂସାତ୍ମକ ଘଟଣା ଯୋଜନା କରୁଥିଲେ, ଏହି ଯୋଜନାକୁ CRPF ଜବାନମାନେ ପଣ୍ଡ କରିଛନ୍ତି ।
ଯଦି ଏହି ଡମ୍ପ ସମୟ ମଧ୍ୟରେ ଉଦ୍ଧାର କରାଯାଇ ନଥାନ୍ତା, ତେବେ ନକ୍ସଲମାନେ ଏହାକୁ ସୁରକ୍ଷା ବାହିନୀ କିମ୍ବା ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରିପାରିଥାନ୍ତେ । CRPF ର ସତର୍କତା, ଉଚ୍ଚମାନର ଗୁଇନ୍ଦା ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଏକ ବଡ଼ ନକ୍ସଲ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି ।