ଭୁବନେଶ୍ବର: ମହାସମାରୋହରେ ପାଳିତ ହୋଇଛି ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ କନଫ୍ଲୁଏନ୍ସ-୨୦୨୫ ବାର୍ଷିକ ଉତ୍ସବ । ସ୍କୁଲର ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଡାଣ ଅ୧୦୦ ଇଣ୍ଡିଆ ରାଇଜିଂ ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ହୋଇଛି । ଉତ୍ସବରେ ଆଗାମୀ ୨୦୨୭ରେ ପାଳନ ହେବାକୁ ଥିବା ସ୍ୱାଧୀନତାର ଶହେ ବର୍ଷର ଯାତ୍ରାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ମରଣ କରାଯାଇଥିଲା । ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର କଳ୍ପନାକୁ ସାକାର କରିବା ହିଁ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
ସାଇ ଇଣ୍ଟର ନ୍ୟାସନାଲ ଏଜୁକେସନର ଗ୍ରୁପ ଅଧ୍ୟକ୍ଷା ଡଃ ଶିଳ୍ପୀ ସାହୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରଥିଲେ । ଶିକ୍ଷା ହେଉଛି ରାଷ୍ଟ୍ର ନିର୍ମାଣର ମୂଳ ଅଙ୍ଗ ବୋଲି ସେ କହିଥିଲେ । ଉଡାଣ ଅ୧୦୦ ଇଣ୍ଡିଆ ରାଇଜିଂ କେବଳ ଭାରତ ଯାତ୍ରାର ଉକ ଉତ୍ସବ ନୁହେଁ ବରଂ ଭବିଷ୍ୟତ ବଂଶଧରକୁ ଉଜ୍ଜିବିତ କରିବା ପାଇଁ ସଫଳ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଜିର ଛାତ୍ରଛାତ୍ରୀ ଆଗାମୀ କାଲିର ଭବିଷ୍ୟତ ତେଣୁ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକାଶ କରିବା ସହ ଅତୀତକୁ ସମ୍ମାନ କରିବା, ସଂସ୍କୃତି ମୂଲ୍ୟବୋଧ ଏବଂ ଜାତୀୟ ନୀତିକୁ ବିକଶିତ କରିବାରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଇଛି ।
ଆୟୋଜିତ ଏହି ଉତ୍ସବରେ ଧିରଜ ଧନୁକାଙ୍କୁ ହୋଲିଷ୍ଟିକ ପ୍ୟାରେଣ୍ଟିଂ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଐତିହ୍ୟ, ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପନିବେଶବାଦୀ ଯୁଗ ଏବଂ ସ୍ୱାଧୀନତା ସଂଗ୍ରାମକୁ ଚିତ୍ରଣ କରାଯାଇଥିଲା । ଏହା ସହ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ୧୯୪୭ ମସିହାରେ ସ୍ୱାଧୀନତାର ଐତିହ୍ୟ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ନିର୍ମାଣ,ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତି ଓ କ୍ରୀଡା, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭବିଷ୍ୟତର ଭାରତ ନିର୍ମାଣ ଏବଂ ଏକାଦଶ ଶ୍ରେଣୀ ଦ୍ୱାରା ଆତ୍ମବିଶ୍ୱାସ, ଦାୟିତ୍ୱ ଏବଂ ଦେଶକୁ ଆଗେଇ ନେବା ପାଇଁ ଯୁବପିଢୀଙ୍କ ପ୍ରସ୍ତୁତିକୁ ଦେଖାଯାଇଥିଲା । ଆୟୋଜିତ ଏହି ଉତ୍ସବରେ ସିନିୟର ପ୍ରିନ୍ସିପାଲ ନୀଳକଣ୍ଠ ପାଣିଗ୍ରାହୀ, ସେକେଣ୍ଡାରୀ ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ସାହୁ, ଜୁନିୟର ପ୍ରିନ୍ସିପାଲ ରଶ୍ମି ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।