Latest Odisha News

BREAKING NEWS

ଚିକେନ୍‌କୁ ଲେମ୍ୱୁରେ ଧୋଇବା କାହିଁକି ଆବଶ୍ୟକ ? ୯୯% ଲୋକ ଜାଣିନାହାନ୍ତି, ଜାଣନ୍ତୁ କାରଣ

ଭୁବନେଶ୍ୱର: ବିଶ୍ୱରେ ଚିକେନ୍ ସବୁଠାରୁ ଅଧିକ ଖାଇବାକୁ ପସନ୍ଦ କରାଯାଏ। ଏହାକୁ ବ୍ୟବହାର କରିବା ସମୟରେ ଏହାର ହାଇଜିନ୍ (ସ୍ୱଚ୍ଛତା) ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ଅଧିକାଂଶ ଲୋକେ ଏହି ବିଷୟରେ ଜାଣି ନ ଥାନ୍ତି ଏବଂ ବିନା ଭାବିଚିନ୍ତି ଚିକେନ୍ ରନ୍ଧନ କରି ନିଅନ୍ତି। କିନ୍ତୁ ଏପରି କରିବା ଉଚିତ୍ ନୁହେଁ କାରଣ ରନ୍ଧା ପୂର୍ବରୁ ଚିକେନ୍‌କୁ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଜରୁରୀ। କେବଳ ସାଧାରଣ ପାଣିରେ ଧୋଇବା ଯଥେଷ୍ଟ ନୁହେଁ। ଦୁର୍ଗନ୍ଧ ଦୂର କରିବା ଏବଂ ହାଇଜିନ୍ ବଜାୟ ରଖିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼େ। ତଥାପି, କିଛି ବିଶେଷଜ୍ଞଙ୍କ ମତରେ କଞ୍ଚା ଚିକେନ୍‌କୁ ପାଣିରେ ଧୋଇବା ଦ୍ୱାରା କ୍ରସ୍-କଣ୍ଟାମିନେସନ୍ ହୋଇପାରେ। ତେଣୁ ଲେମ୍ବୁ କିମ୍ବା ଲୁଣରେ ଗୋଳାଇ ଧୋଇବା ଉପକାରୀ ହୋଇଥାଏ।

ଚିକେନ୍ ଧୋଇବାର ସଠିକ୍ ଉପାୟ

  • ହାତ ସଫା କରନ୍ତୁ: କୌଣସି ଜିନିଷ ସଫା କରିବା ପୂର୍ବରୁ ନିଜ ହାତକୁ ଭଲ ଭାବରେ ସଫା କରିବା ଜରୁରୀ। ଏହା ପାଇଁ ସାବୁନ୍ କିମ୍ବା ଲିକ୍ୱିଡ୍ ବ୍ୟବହାର କରି କମ୍ ସେ କମ୍ ୨୦ ସେକେଣ୍ଡ ଧରି ଧୋଇ ନିଅନ୍ତୁ। ତା’ପରେ ହିଁ ଚିକେନ୍ ଧୋଇବା ଆରମ୍ଭ କରନ୍ତୁ।
  • ଲୁଣ ବ୍ୟବହାର କରନ୍ତୁ: ଲୁଣ ପାଣିରେ ଚିକେନ୍‌ରେ ଥିବା ବ୍ୟାକ୍ଟେରିଆ ସଫା ହୋଇଯାଏ। ଏହା ପାଇଁ ଏକ ଲିଟର ଗରମ ପାଣି ନେଇ ଦୁଇ ଚାମଚ ଲୁଣ ମିଶାଇ ଘୋଳ ତିଆରି କରନ୍ତୁ। ତା’ପରେ ଚିକେନ୍‌କୁ ଏହି ଘୋଳରେ ବୁଡ଼ାଇ ରଖନ୍ତୁ।
  • ସଫା ପାଣିରେ ଧୋଇ ନିଅନ୍ତୁ: ଲୁଣ ଘୋଳରେ ଧୋଇବା ପରେ ଚିକେନ୍‌କୁ ସଫା ପାଣିରେ ଧୋଇ ନିଅନ୍ତୁ। ଏହାଦ୍ୱାରା ଖାଦ୍ୟରେ ଲୁଣର ସ୍ୱାଦ ଆସିବ ନାହିଁ ଏବଂ ଚିକେନ୍ ସଫା ହୋଇଯିବ।

ଲେମ୍ବୁରେ ଚିକେନ୍ ଧୋଇବା କାହିଁକି ସର୍ବୋତ୍ତମ?

ଲେମ୍ବୁର ସୁଗନ୍ଧ କଞ୍ଚା ଚିକେନ୍‌ର ଦୁର୍ଗନ୍ଧକୁ ଯଥେଷ୍ଟ ହ୍ରାସ କରିଦେଇଥାଏ। ତେଣୁ ଚିକେନ୍ ସଫା କରିବା ପାଇଁ ଲେମ୍ବୁ ବ୍ୟବହାର କରି ପାରିବେ। ଏହା ଛଡ଼ା ଲେମ୍ବୁରେ ଚିକେନ୍ ମ୍ୟାରିନେଟ୍ କରିବା, ରସଦାର କରିବା କିମ୍ବା ମସଲାର ସ୍ୱାଦକୁ ଉତ୍ତମ କରିବାରେ ସାହାଯ୍ୟ କରିଥାଏ।

ଚିକେନ୍ ଧୋଇବା ସମୟରେ କ’ଣ ଧ୍ୟାନ ରଖିବେ?

  • ଧୋଇବା ସମୟରେ ସାବୁନ୍ କିମ୍ବା ଡିଟର୍ଜେଣ୍ଟ ବ୍ୟବହାର କରନ୍ତୁ ନାହିଁ, କାରଣ ଏହାର ରାସାୟନିକ ପଦାର୍ଥ ଚିକେନ୍‌କୁ ଖରାପ କରିପାରେ।
  • ଅତ୍ୟଧିକ ଗରମ ପାଣିରେ ଧୋଇବାଠାରୁ ଦୂରେଇ ରହନ୍ତୁ, କାରଣ ଏହା ବ୍ୟାକ୍ଟେରିଆକୁ ବଢ଼ାଇ ଦେଇପାରେ।
  • ଧୋଇବା ସମୟରେ ପାଣିର ଛିଟା ଚାରିପାଖରେ ନ ପଡ଼ିବାର ଧ୍ୟାନ ରଖନ୍ତୁ।

 

 

Leave A Reply

Your email address will not be published.