Latest Odisha News

BREAKING NEWS

Workers Body Found: ମାଟିତଳୁ ମିଳିଲା ଶ୍ରମିକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଅଞ୍ଚଳରେ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଗୁଲାପଡା ଗାଁର ୩୮ ବର୍ଷୀୟ ପ୍ରକାଶ ମହାନ୍ତି ।

ଗତ ୧୮ ତାରିଖ ସନ୍ଧ୍ୟାରେ ସେ ଘରୁ କାମ କରିବାକୁ ବାହାରିଥିଲେ। କିନ୍ତୁ ଦୀର୍ଘ ୧୧ ଦିନ ଧରି ସେ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ଖୋଜଖବର ପାଇନଥିଲେ । ସ୍ୱାମୀଙ୍କୁ ଖୋଜିବା ପାଇଁ ପରିବାର ସହ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରକାଶଙ୍କ ସ୍ତ୍ରୀ ବନିତା ମହାନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୋଗ ପରେ ବିନିକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲା । ଏ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା ପୋଲିସ । ଆଜି ପ୍ରକାଶଙ୍କ ମୃତଦେହ ମାତିତଳେ ପୋତା ଯାଇଥିବା ସୂଚନା ପାଇଥିଲା ପୋଲିସ । ଏହା ପରେ ଘଟଣା ସ୍ଥଳକୁ ଘେରାଉ କରି ମୃତଦେହ କୁ ମାଟି ତଳୁ ଉଦ୍ଧାର କରିଛି ।

Leave A Reply

Your email address will not be published.