ନୂଆଦିଲ୍ଲୀ: ୨୦୨୬ ଭାରତୀୟ କ୍ରିକେଟ ପାଇଁ ଏକ ବ୍ୟସ୍ତବହୂଳ ଓ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । ଭାରତୀୟ ପୁରୁଷ ଟିମ କ୍ରମାଗତ କ୍ରିକେଟ ଖେଳିବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ… ।
ନ୍ୟୁଜିଲାଣ୍ଡର ଭାରତ ଗସ୍ତ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଜାନୁୟାରୀରେ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଜାନୁୟାରୀ ୧୧, ୧୪ ଓ ୧୮ରେ ୩ଟି ଯାକ ଦିନିକିଆ ଯଥାକ୍ରମେ ଭଦୋଦରା, ରାଜକୋଟ ଓ ଇନ୍ଦୋରରେ ଖେଳାଯିବ । ସେହିପରି ୨୧, ୨୩, ୨୫, ୨୮ ଓ ୩୧ରେ ୫ଟି ଯାକ ଟି୨୦ ନାଗପୁର, ରାୟପୁର, ଗୌହାଟୀ, ବିଶାଖପଟନମ ଓ ଥିରୁୱନ୍ତପୂରମରେ ଖେଳାଯିବ ।
ଟି୨୦ ବିଶ୍ୱକପ: ଫେବୃୟାରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ ଖେଳାଯିବ । ଏହା ଭାରତ ଓ ଶ୍ରୀଲଙ୍କାରେ ମିିଳିତ ଭାବେ ଆୟୋଜିତ ହେବ ।
ଆଫଗାନିସ୍ତାନର ଭାରତ ଗସ୍ତ: ଆଫଗାନିସ୍ତାନ କ୍ରିକେଟ ଟିମ ଜୁନରେ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିିନିକିଆ ମ୍ୟାଚ ଖେଳିବ । ଏହାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇନି ।
ଭାରତର ଇଂଲଣ୍ଡ ଗସ୍ତ: ଟିମ ଇଣ୍ଡିଆ ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ଯିବ । ଏଠାରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଜୁଲାଇ ୧, ୪ ,୭, ୯ ଓ ୧୧ରେ ୫ଟି ଯାକ ଟି୨୦ ଯଥାକ୍ରମେ ଚେଷ୍ଟର ଲେ ଷ୍ଟ୍ରିଟ, ମ୍ୟାଚେଂଷ୍ଟର, ନର୍ଟିଂହାମ, ବ୍ରିଷ୍ଟଲ, ସାଉଥାମ୍ପଟନ, ବର୍ମିଂହାମ, କାର୍ଡିଫ ଓ ଲର୍ଡସରେ ଖେଳାଯିବ । ସେହିପରି ୧୪, ୧୬ ଓ ୧୯ ଜୁଲାଇରେ ୩ଟି ଦିିନିକିଆ ବର୍ମିଂହାମ, କାର୍ଡିଫ ଓ ଲର୍ଡସରେ ଖେଳାଯିବ ।
ଭାରତର ଶ୍ରୀଲଙ୍କା ଗସ୍ତ: ଅଗଷ୍ଟରେ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ।
ଭାରତର ବାଂଲାଦେଶ ଗସ୍ତ: ସେପ୍ଟମ୍ବରରେ ଯଥାସମ୍ଭବ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତରେ ଯିବ । ଏହି ଗସ୍ତରେ ୩ଟି ଦିିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ ।
ଏହା ବ୍ୟତୀତ ଭାରତୀୟ କ୍ରିକେଟ ଟିମ ସେପ୍ଟମ୍ବର ଓ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ଗସ୍ତରେ ୩ ଦିନିକିଆ ୫ଟି୨୦ ମ୍ୟାଚ, ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତୀୟ ଟିମ ଅଂଶଗ୍ରହଣ କରିବ । ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲାଣ୍ଡ ଓ ଡିସେମ୍ବରରେ ଶ୍ରୀଲଙ୍କା ଗସ୍ତରେ ଭାରତ ଯିବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ଏବଂ ଶ୍ରୀଲଙ୍କା ବିରୋଧରେ ୩ ଦିନିିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ ।