ଅନୁଗୁଳ: ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏଠାରେ ଏକ୍ୟୁଆଇ ୩୫୫ ରହିଛି । ଏହା ପରକୁ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟରେ ରହିଛି । ଏହାପରେ ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ମୁକାବିଲା ପାଇଁ ତାଳଚେରରେ ଲାଗିଲା ୭ ଦିନିଆ କଟକଣା। GRAP ଷ୍ଟେଜ୍-୨ ଗାଇଡ୍ ଲାଇନ୍ ଅନୁସାରେ କଟକଣା ଲାଗିଛି।

ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ବନ୍ଦ ରହିବ ସମସ୍ତ ନିର୍ମାଣ। ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI, MCLକୁ ପରାମର୍ଶ ଦିଆଯାଇଛି । ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ କରାଯାଇଛି । ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ସମ୍ପୂର୍ଣ୍ଣ ମନା। ପୋଲିସ, ପୌରପାଳିକା, କାର୍ଯ୍ୟନିର୍ବାହୀ ସଂସ୍ଥା ଓ RTOକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅନୁଗୋଳ ଜିଲ୍ଲାପାଳ।
ପାଲ ଭିଡାଯାଇ ନଥିବା କୌଣସି ଟ୍ରକ ଏନଏଚ ୧୪୯ ରେ ଯିବା ନିଷେଧ କରାଯାଇଛି। ଏଭଳି ୧୨ ଟି ସର୍ତ୍ତ ରଖିଛନ୍ତି ଅନୁଗୋଳ ଜିଲ୍ଲାପାଳ।