Latest Odisha News

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି ବଜେଟ ରୁ ବହୁତ କିଛି ଆଶା କରୁଛନ୍ତି | ବର୍ତ୍ତମାନ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାରେ ବଜେଟରୁ ବେଶ କିଛି ଭଲ ଆଶା କରାଯାଉଛି | ଆଉମଧ୍ୟ ବିତ୍ତ ମନ୍ତ୍ରୀ କର୍ପୋରେଟ କରରେ କମ କରିବା ଦରକାର ପାଇଁ ଆୟକର ରେ ରିହାତି ଦେଇ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ବଢାଯାଇପାରେ |

ବଜେଟରୁ ସାଧାରଣ ଲୋକଙ୍କ ଆଶା:

ଏହି ବଜେଟ ରୁ ସାଧାରଣ ଲୋକ ଆଶାକରୁଛନ୍ତି ଯେ ଟ୍ୟାକ୍ସ ରେ ରିହାତି ମିଳିବ | ସାଧାରଣ ଲୋକଙ୍କ ଆଶା ସରକାର ୨୫ ଲକ୍ଷ ଟଙ୍କା ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ କୁ ୨୫% ପର୍ଯ୍ୟନ୍ତ ରଖାଯାଇପରେ | ସେହିପରି ୧ କୋଟିରୁ ଅଧିକ ଆୟ ଉପରେ ୩୦ % ଟ୍ୟାକ୍ସ ନେବାପାଇଁ | ଲୋକ ଆଶା କରୁଛନ୍ତି ସରଚାର୍ଜ କୁ କମାଇବା ପାଇଁ

ଇନକମ ଟ୍ୟାକ୍ସରୁ ରିହାତି:

ସାଧାରଣ ଲୋକ ଆଶା କରୁଛନ୍ତି ଯେ ସରକାର ବର୍ତ୍ତମାନ ମାନ୍ଦା ପଡିଥିବା ଅର୍ଥବ୍ୟବସ୍ଥା କୁ ଦେଖି କର ରେ କିଛି ରିହାତି ଦେଇପାରନ୍ତି | ଆଉମଧ୍ୟ ବିତ୍ତ ମନ୍ତ୍ରୀ କର୍ପୋରେଟ କରରେ କମ କରିବା ଦରକାର ପାଇଁ ଆୟକର ରେ ରିହାତି ଦେଇ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ବଢାଯାଇପାରେ | ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ କର ୨୦ ପ୍ରତିଶତ କମାଇ ୧୦ ପ୍ରତିଶତ କରାଯାଇପାରେ | ସେହି ପରି ୧୦ ଲକ୍ଷ ରୁ ୨୫ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ କର ୩୦ ପ୍ରତିଶତ ରୁ କମାଇ ୨୦ ପ୍ରତିଶତ କରାଯାଇପାରେ |

ଇନକମ ଟ୍ୟାକ୍ସ ସହିତ ସାଧାରଣ ଲୋକ ଆଶା କରୁଛନ୍ତି ଯେ ଘର କ୍ରେତାମାନଙ୍କୁ ମଧ୍ୟ ରିହାତି ଦିଅନ୍ତୁ | ଟ୍ୟାକ୍ସ ସହ ଜଡିତ ନିୟମ ମୁତାବକ ନିଆଯାଇଥିବା ଘର ଋଣ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ କର ରିହାତି ଲାଭ ନିଆଯାଇପାରେ | ବର୍ତ୍ତମାନ ରେ କୌଣସି ବ୍ୟକ୍ତି ନିଜର ଦୁଇ ସମ୍ପତି ପାଇଁ କର ରିହାତି ପାଇଁ ଦାବୀ କରିପାରନ୍ତି | ଆଉ ରିହାତି ଅଧିକତମ ସୀମା ଦୁଇ ଲକ୍ଷ ଟଙ୍କା ହୋଇପାରେ | ଅଶକରାଯାଉଛି ଯେ ରିଅଲଇଷ୍ଟେଟ ରେ ଦେଖା ଦେଇଥିବା ମାନ୍ଦା ଅବସ୍ଥାରେ ଟିକେ ସୁଧାର ଆଣିବାକୁ ଏହି ବଜେଟ ରେ କିଛି ପଦକ୍ଷେପ ନିଆଯାଇପାରେ |

ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ:

ଅଶକରାଯାଉଛି ଯେ ସରକାର ଟ୍ୟାକ୍ସ ସ୍ଲାବରେ ରେ କିଛି ପରିବର୍ତ୍ତନ କରି ଲୋକଙ୍କୁ ଆଶ୍ୱସ୍ତ କରିପାରନ୍ତି | ବିସ୍ଲେଷକ କହିବା କଥା ଯେ ସରକାର କରଦାତା ଙ୍କ ସଂଖ୍ୟା ବଢାଇବାକୁ ପ୍ରୟାସ କରନ୍ତି ତ ସ୍ଲାବ ରେ ପରିବର୍ତ୍ତନ କରି ରାଜସ୍ୱ ଭରଣ କରିପାରିବେ |

Leave A Reply

Your email address will not be published.